ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ତିନିଜଣ ଭାରତୀୟ କାନାଡାରେ ଗିରଫ

ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ତିନିଜଣ ଭାରତୀୟ କାନାଡାରେ ଗିରଫ

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ତିନି ଜଣଙ୍କୁ ଗିରଫ କରିଛି କାନାଡା ପୁଲିସ। କାନାଡା ପୁଲିସର ରିପୋର୍ଟ ଅନୁସାରେ  କରଣପ୍ରୀତ ସିଂହ (୨୮), କରଣ ବରାର (୨୨) , କମଲପ୍ରୀତ ସିଂହ(୨୨) ନାମକ ଏହି ତିନିଜଣଙ୍କୁ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ଗିରଫ କରାଜିଛି ।

ଏହି ଅଭିଯୁକ୍ତ  ତିନିଜଣ ଗତ ପକ୍ଷପକ୍ଷୀ ୫  ବର୍ଷ ଧରି କାନାଡାର ଆଲବର୍ଟାର ଏଡମୋଣ୍ଟନରେ ରହୁଥିଲେ । ଗିରଫମାନଙ୍କ ବିରୁଦ୍ଧରେ ହତ୍ୟା ଏବଂ ହତ୍ୟା ଷଡଯନ୍ତ୍ର ମାମଲା ରୁଜୁ ହୋଇଛି । ଏନେଇ ମାମଲାର ତଦନ୍ତ ମୁଖ୍ୟ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ଗତବର୍ଷ ଜୁନରେ, ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରକୁ କାନାଡାରେ ହତ୍ୟା କରାଯାଇଥିଲା । କାନାଡାର ବ୍ରିଟିଶ କଲମ୍ବିଆର ଗୁରୁଦ୍ୱାର ବାହାରେ ସର୍ବସାଧାରଣରେ ଗୁଳି କରି ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ। ନିଜ୍ଜାରର ହତ୍ୟା ପରେ ଭାରତ ଓ କାନାଡା ସମ୍ପର୍କରେ ସୃଷ୍ଟି ହୋଇଥିଲା ତିକ୍ତତା ।

ନିଜ୍ଜର ହତ୍ୟା ମାମଲାରେ ଭାରତର ହାତ ଥିବା ବାରମ୍ବାର ଅଭିଯୋଗ କରି ଆସୁଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଭାରତ ଅଭିଯୋଗକୁ ଖଣ୍ଡନ କରିଥିଲେ ମଧ୍ୟ ମାନି ନଥିଲା କାନାଡା । ଏହାପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ବିବାଦ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଗିରଫ ହୋଇଥିବା ଅଭିଯୁକ୍ତମାନେ  ଭାରତୀୟ ବୋଲି କାନାଡା ପୁଲିସ ସ୍ପଷ୍ଟୀକରଣ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe