ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ତିନି ଜଣଙ୍କୁ ଗିରଫ କରିଛି କାନାଡା ପୁଲିସ। କାନାଡା ପୁଲିସର ରିପୋର୍ଟ ଅନୁସାରେ କରଣପ୍ରୀତ ସିଂହ (୨୮), କରଣ ବରାର (୨୨) , କମଲପ୍ରୀତ ସିଂହ(୨୨) ନାମକ ଏହି ତିନିଜଣଙ୍କୁ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ଗିରଫ କରାଜିଛି ।
ଏହି ଅଭିଯୁକ୍ତ ତିନିଜଣ ଗତ ପକ୍ଷପକ୍ଷୀ ୫ ବର୍ଷ ଧରି କାନାଡାର ଆଲବର୍ଟାର ଏଡମୋଣ୍ଟନରେ ରହୁଥିଲେ । ଗିରଫମାନଙ୍କ ବିରୁଦ୍ଧରେ ହତ୍ୟା ଏବଂ ହତ୍ୟା ଷଡଯନ୍ତ୍ର ମାମଲା ରୁଜୁ ହୋଇଛି । ଏନେଇ ମାମଲାର ତଦନ୍ତ ମୁଖ୍ୟ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉକି, ଗତବର୍ଷ ଜୁନରେ, ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରକୁ କାନାଡାରେ ହତ୍ୟା କରାଯାଇଥିଲା । କାନାଡାର ବ୍ରିଟିଶ କଲମ୍ବିଆର ଗୁରୁଦ୍ୱାର ବାହାରେ ସର୍ବସାଧାରଣରେ ଗୁଳି କରି ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ। ନିଜ୍ଜାରର ହତ୍ୟା ପରେ ଭାରତ ଓ କାନାଡା ସମ୍ପର୍କରେ ସୃଷ୍ଟି ହୋଇଥିଲା ତିକ୍ତତା ।
ନିଜ୍ଜର ହତ୍ୟା ମାମଲାରେ ଭାରତର ହାତ ଥିବା ବାରମ୍ବାର ଅଭିଯୋଗ କରି ଆସୁଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଭାରତ ଅଭିଯୋଗକୁ ଖଣ୍ଡନ କରିଥିଲେ ମଧ୍ୟ ମାନି ନଥିଲା କାନାଡା । ଏହାପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ବିବାଦ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଗିରଫ ହୋଇଥିବା ଅଭିଯୁକ୍ତମାନେ ଭାରତୀୟ ବୋଲି କାନାଡା ପୁଲିସ ସ୍ପଷ୍ଟୀକରଣ ଦେଇଛି ।