ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କଲେ ଖଲିସ୍ତାନୀ ସମର୍ଥକ

Advertisment
ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କଲେ ଖଲିସ୍ତାନୀ ସମର୍ଥକ

କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ଥିବା ହିନ୍ଦୁ ମନ୍ଦିରଗୁଡିକ ଉପରେ ଆକ୍ରମଣ ହ୍ରାସ ହେବାର ନାମ ନେଉନାହିଁ। ପୁଣି ଥରେ ଏଠାରେ ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଖବର ସାମ୍ନାକୁ ଆସିଛି। ଖଲିସ୍ତାନୀ ସମର୍ଥକମାନେ ସିଡନୀର ରୋଜହିଲ ଅଞ୍ଚଳରେ ଥିବା ସ୍ୱାମୀ ନାରାୟଣ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି। ଏହା ସହିତ ମନ୍ଦିରର କାନ୍ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିରୋଧ ସହ ଖଲିସ୍ତାନ ଜିନ୍ଦାବାଦ ନାରା ଲେଖାଯାଇଛି | ରିପୋର୍ଟ ଅନୁଯାୟୀ ମନ୍ଦିର କର୍ତ୍ତୃପକ୍ଷ ପ୍ରଥମେ ଫାଟକରେ ଖଲିସ୍ତାନୀ ପତାକା ଦେଖିବାକୁ ପାଇଥିଲେ | ଏହାପରେ ମନ୍ଦିରରେ ଭଙ୍ଗାରୁଜା ହୋଇଥିବାର ଦେଖିବାକୁ ମିଳିଥିଲା |

ମନ୍ଦିର ଉପରେ ହୋଇଥିବା ଆକ୍ରମଣ ବିଷୟରେ ମନ୍ଦିର କର୍ତ୍ତୃପକ୍ଷ ନ୍ୟୁ ସାଉଥ ୱେଲ୍ସ (ଏନଏସଡବ୍ଲୁ) ପୁଲିସକୁ ସୂଚନା ଦିଆଯାଇଛି।  ପୁଲିସ ଅଧିକାରୀମାନେ ମନ୍ଦିର ପରିଦର୍ଶନ କରିବା ସହିତ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe