କନକ ବ୍ୟୁରୋ: ଖଲିସ୍ଥାନୀ ସମର୍ଥକ ଅମ୍ରିତ ପାଲ ସିଂ ଏକ ଭିଡିଓ ରିଲିଜ୍ କରିଛନ୍ତି । ଗତ ମାର୍ଚ ୧୮ ତାରିଖରେ ପୋଲିସ୍ ଦ୍ୱାରା ଅମ୍ରିତ ପାଲ ସିଂଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ପରେ ଏହା ଅମ୍ରିତ ପାଲ ସିଂ ଙ୍କ ପ୍ରଥମ ଭିଡିଓ । ସେହିପରି ଆତ୍ମସମର୍ପଣ କରବା ନେଇ ରାଜି ଥିବା କହିଛି ଅମ୍ରିତପାଲ ସିଂ । କିନ୍ତୁ ଆତ୍ମସମର୍ପଣ ପୂବରୁ ସେ ୩ ଟି ସର୍ତ୍ତ ରଖିଛି ।

Advertisment

ପ୍ରଥମ ଟି ମାରପିଟ୍ ନହେବା ଆବଶ୍ୟକ, ୨ୟରେ ପଞ୍ଜାବର ଜେଲରେ ରଖାଯିିବ ନାହିଁ , ତୃତୀୟରେ ଆତ୍ମସମର୍ପଣକୁ ଗିରଫ ନାଁରେ ନ ପରିବର୍ତନ କରାଯାଉ । ସେହିପରି ଦେଶବିଦେଶର ଶିଖ୍ ସମାଜକୁ ବୈଶାଖୀ ଅବସରରେ ଧର୍ମସଭା ଡକାଇବା ପାଇଁ ଅପିଲ୍ କରିଛନ୍ତି । ଆଉ ଏହାରି ଭିତରେ ପଞ୍ଜାବ ପୋଲିସ୍ ହାଇଆଲର୍ଟରେ ରହିଛି । ଗତକିଛିଦିନ ଧରି ବାରମ୍ଭାର ନିଜର ଠିକଣା ବଦଳାଇଚାଲିଛି ଅମ୍ରିତପାଲ ସିଂ । କେତେବେଳେ ବିନା ପଗଡିରେ ଅମ୍ରିତ ପାଲ ପୂର୍ବରୁ ନଜର ଆସିଛି ତ ଆଉ କେତେବେଳେ ଖୋଲା କେଶରେ ମଧ୍ୟ ବୁଲୁଥିବାର ନଜର ଆସିସାରିଛି ଅମ୍ରିତପାଲ ସିଂ ।