କନକ ବ୍ୟୁରୋ: ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍ ଫର୍ ଜଷ୍ଟିସର ମୁଖ୍ୟ ଗୁରୁପତୱନ୍ତ ସିଂହ ପନ୍ନୁ ଭାରତକୁ ଧମକ ଦେଇଛନ୍ତି । କହିଛନ୍ତି, ହମାସ୍ ଯେପରି ଇସ୍ରାଏଲ ଉପରେ ଆକ୍ରମଣ କରିଛି ଆମେ ମଧ୍ୟ ଭାରତ ଉପରେ ସେଭଳି ଆକ୍ରମଣ କରିବୁ ଏବଂ ପଞ୍ଚାବକୁ ଛଡାଇନେବୁ ।

Advertisment

ଖଲିସ୍ତାନୀ ଆତଙ୍କବାଦୀ ଏକ ନୂଆ ଭିଡିଓ ଜାରି କରି ଭାରତ ସରକାର ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଚେତାବନୀ ଦେଇଛନ୍ତି । ଇସ୍ରାଏଲରେ ହମାସ ଆକ୍ରମଣରୁ ଶିକ୍ଷା ନେବାକୁ ପନୁ୍ନ ସରକାରଙ୍କୁ ଚେତାଇଛନ୍ତି । ଖଲିସ୍ତାନୀ ଆତଙ୍କବାଦୀ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ହେଉଛି ଏକ ୪୦ ସେକେଣ୍ଡର ଭିଡିଓ ଯେଉଁଥିରେ ଗୁରୁପତୱନ୍ତ୍ ସିଂହ ପନ୍ନୁ ଭାରତ ସରକାରଙ୍କ ବିରୋଧରେ କହିବାର ଦେଖିବାର ମିଳୁଛି ।

ପନ୍ନୁ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ପଞ୍ଜାବରେ ରହୁଥିବା ଲୋକେ ପାଲେଷ୍ଟାଇନ ପରି ହିଂସା ଆରମ୍ଭ କରନ୍ତି ତେବେ ପରିସ୍ଥିତି ବିନାଶକାରୀ ହେବ । ଭାରତ ପଞ୍ଜାବକୁ ମୂୁକ୍ତ କରିଦେବା ଉିତ । ଯଦି ଭାରତ ଏଭଳି ନକରେ ତେବେ ଇସ୍ରାଏଲ ଭଳି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିବ’ ।