ପଞ୍ଜାବ ପୁଲିସକୁ ଚକମା ଦେଇ ପୁଣି ଖସିଗଲା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂ । ଜାରି ରହିଛି ସର୍ଚ୍ଚ ଅପରେସନ୍. ଆଜି ମଧ୍ୟାନ ଯାଏ ଇଣ୍ଟରନେଟ୍ ସେବା ବନ୍ଦ

192

କନକ ବ୍ୟୁରୋ: ପୁଣି ପୁଲିସକୁ ଚକମା ଦେଇ ଖସିଗଲେ ଖଲିସ୍ତାନୀ ସମର୍ଥକ ତଥା ‘ୱାରିସ ପଞ୍ଜାବ ଦେ’ ମୁଖ୍ୟ ଅମ୍ରିତପାଲ ସିଂ । ଗତକାଲି ଅମ୍ରିତପାଲଙ୍କୁ ଗିରଫ କରିବାକୁ ବ୍ୟାପକ ପୁଲିସ ଫୋର୍ସ ନେଇ ଚଢାଉ କରିଥିଲା ପୁଲିସ । ଅମ୍ରିତପାଲଙ୍କ ୭୮ ଜଣ ସମର୍ଥକଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ପୁଲିସ ।

ପ୍ରଥମେ ଅମ୍ରିତପାଲଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଥିଲା । ହେଲେ ପରେ ସେ ଗିରଫ ହୋଇନଥିବା ସ୍ପଷ୍ଟ ହୋଇଥିଲା । ତେବେ ଅମ୍ରିତପାଲଙ୍କୁ ପଞ୍ଜାବ ପୁଲିସ ପଳାତକ ଘୋଷଣା କରିବା ସହ ସର୍ଚ୍ଚ ଅପରେସନ ଜାରି ରଖଛି । ଆଜି ମଧ୍ୟାହ୍ନ ୧୨ଟା ଯାଏଁ ପଞ୍ଜାବରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ଖୁବଶିଘ୍ର ଅମ୍ରିତପାଲଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି । ପଞ୍ଜାବରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି । ଗୁଜବରେ ବିଶ୍ୱାସ ନ କରିବାକୁ ପଞ୍ଜାବ ପୁଲିସ ଲୋକଙ୍କୁ ଅନୁରୋଧ କରିଛି । ଘଟଣା ଉପରେ ପୁରା ନଜର ରଖାଯାଇଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

କିଛି ଦିନ ପୂର୍ବରୁ ଅଜନାଲରେ ଅମ୍ରିତପାଲ ଓ ତାଙ୍କ ସମର୍ଥକ ପୁଲିସ ଥାନାରେ ପହଞ୍ଚିି ବଡ ଧରଣର ଆକ୍ରମଣ କରିଥିଲେ । ଯେଉଁଥି ପାଇଁ ଅମ୍ରିତପାଲ ସିଂଙ୍କ ଉପରେ ମୋଟ ତିନୋଟି ମାମଲା ରୁଜୁ କରାଯାଇଛି । ପାଖାପାଖି ଶହେ ପୋଲିସ ଗାଡି ପିଛା କରିବା ପରେ ଶେଷରେ ଅମ୍ରିତପାଲଙ୍କୁ ପୋଲିସ କାବୁ କରିପାରିଛି ।