କନକ ବ୍ୟୁରୋ: ମୋଷ୍ଟୱାଣ୍ଟେଡ୍ ଖଲିସ୍ତାନୀ ନେତା ହରଦୀପ ସିଂ ନିଜାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଗୁରୁଦ୍ୱାରା ନିକଟରେ ଥିବା ପାର୍କିଂ ସ୍ଥଳରେ ନିଜାରକୁ ଗୁଳି କରି ହତ୍ୟା କରାଯାଇଛି। ନିଜାରଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ତାଙ୍କ ସହ ଆଉ ଦୁଇ ଜଣ ଥିଲେ। ବର୍ତ୍ତମାନ ତଦନ୍ତକାରୀ ଏଜେନ୍ସିମାନେ ଆକ୍ରମଣକାରୀଙ୍କ ପରିଚୟ ସଂଗ୍ରହ କରିବାରେ ଲାଗିଛନ୍ତି ।

Advertisment

ଗୁଇନ୍ଦା ସଂସ୍ଥା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଖଲିସ୍ତାନୀ ନେତା ହରଦୀପ ସିଂ ନିଜାର ବହୁ ବର୍ଷ ଧରି କାନାଡାରେ ରହୁଥିଲେ ଏବଂ ସେଠାରୁ ଭାରତ ବିରୋଧରେ ଖଲିସ୍ତାନୀ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିଲେ। ଗତ ବର୍ଷକ ମଧ୍ୟରେ ଭାରତୀୟ ତଦନ୍ତକାରୀ ଏଜେନ୍ସିମାନଙ୍କ ପାଇଁ ନିଜାର ଆହୁରି ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। କାରଣ ସେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଗ୍ୟାଙ୍ଗଷ୍ଟରମାନଙ୍କୁ ବିଦେଶରୁ ଲଜିଷ୍ଟିକ୍ ଏବଂ ଟଙ୍କା ଯୋଗାଇବା ଆରମ୍ଭ କରିଥିଲେ। କିଛି ଦିନ ତଳେ ଭାରତ ସରକାର ହରଦୀପ ସିଂହ ନିଜାରଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲେ। କିଛି ମାସ ତଳେ ନିଜାରଙ୍କ ଦୁଇ ସହଯୋଗୀଙ୍କୁ ଫିଲିପାଇନ୍ସ ଓ ମାଲେସିଆରୁ ଗିରଫ କରାଯାଇଥିଲା।