କନକ ବ୍ୟୁରୋ: ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ । ଖଲିସ୍ତାନୀ ନେତା ଅମ୍ରିତ ପାଲଙ୍କ ବିରୋଧରେ ପଞ୍ଜାବ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ଲଣ୍ଡନରେ ଅମ୍ରିତ ପାଲର ସମର୍ଥକ ହଙ୍ଗାମା କରୁଛନ୍ତି । ଭାରତୀୟ ହାଇକମିଶନ ଭିତରେ ପଶି ଅମ୍ରିତ ପାଲଙ୍କ ସମର୍ଥକ ବଡଧରଣର ହଙ୍ଗାମା କରିଛନ୍ତି । କେବଳ ସେତିକି ନୁହେଁ ଭାରତର ତ୍ରିରଙ୍ଗାକୁ କାଢ଼ି ଏହାର ଅପମାନ ମଧ୍ୟ କରିଛନ୍ତି । ଘଟଣାସ୍ଥଳରେ ଉପସ୍ଥିତ ଥିବା ହାଇକମିଶନର ଜଣେ ଅଧିକାରୀ ପହଞ୍ଚି ତ୍ରିରଙ୍ଗାକୁ ଖଳିସ୍ତାନୀଙ୍କଠୁ ଛଡାଇ ଆଣିଥିଲେ ଓ କିଛି ସମୟ ଧରି ଏମାନଙ୍କ ଭିତରେ ଗାଳିଗୁଳଜ ମଧ୍ୟ ହୋଇଥିବା ଭିଡିଓରେ ସ୍ପଷ୍ଟଭାବେ ଦେଖିବାକୁ ମିଳିଛି ।
ଘଟଣାକୁ ଗମ୍ଭୀରତ ସହ ଗ୍ରହଣ କରିବା କଡ଼ା ନିନ୍ଦା ପ୍ରକାଶ କରିଛନ୍ତି ଭାରତ ସରକାର । ଭାରତ ବୈଦେଶିକ ମନ୍ତ୍ରାଳୟ ଦ୍ୱାରା ଜାରି ଏକ ବିବୃତିରେ ବ୍ରିଟେନ ହାଇକମିଶନ ବାହାରେ ସୁରକ୍ଷା ଯୋଗାଇ ଦିଆନଯିବା କାରଣ ସମ୍ପର୍କରେ ଜବାବ ଦେବାକୁ କୁହଯାଇଛି । ମନ୍ତ୍ରାଳୟ ଏକଥା ମଧ୍ୟ କହିଛି ବ୍ରିଟେନରେ ଭାରତୀୟ କୁଟନୀତିଜ୍ଞଙ୍କ ସୂରକ୍ଷା ମଧ୍ୟରେ ଭେଦଭାବ ରହିଛି ଯାହା ଆଦୌ ଗ୍ରହଣନୀୟ ନୁହେଁ । ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ।
ସୂଚନା ଅନୁସାରେ ରବିବାର ଖଲିସ୍ତାନୀ ସମର୍ଥକ ଲଣ୍ଡନସ୍ଥିତ ଭାରତୀୟ ହାଇକମିଶନଙ୍କୁ ଟାର୍ଗେଟ କରିଥିଲେ । ତ୍ରିରଙ୍ଗାକୁ ଅପମାନିତ କରିବା ସହ ହାଇକମିଶନ ପରିସରରେ ଭଙ୍ଗାରୁଜା କରିଥିଲେ । ଘଟଣାରେ ଏବେ ସୁଦ୍ଧା ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ଭବିଷ୍ୟତ ଏଭଳି ଘଟଣା ପୁୁର୍ନବାର ଯେପରି ନଘଟେ ଏନେଇ ଧ୍ୟାନ ଦେବାକୁ ବ୍ରିଟେନକୁ ତାଗିଦ କରିଛି ଭାରତ । ସେପଟେ ଘଟଣାକୁ ଗମ୍ଭୀରତା ସହ ଗ୍ରହଣ କରି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଶ୍ୱସନା ଦେଇଛନ୍ତି ବିଟ୍ରେନ ସରକାର ।
Follow Us