ପଞ୍ଜାବ ଜଳନ୍ଧର ରୋଡରେ ଦେଖିବାକୁ ମିଳିଲା ଚୋରପୁଲିସ ଡ୍ରାମା । ଶହେଟି ଗାଡିରେ ପିଛା କରି ଖଲିସ୍ତାନୀ ସମର୍ଥକ ଅମ୍ରିତ ପାଲଙ୍କୁ ଗିରଫ କଲା ପଞ୍ଜାବ ପୁଲିସ

145

କନକ ବ୍ୟୁରୋ : ଖଲିସ୍ତାନୀ ସମର୍ଥକ ଅମ୍ରିଲପାଲ ସିଂଙ୍କ ସହ ୬ ଜଣ ସହଯୋଗୀ ଗିରଫ । ପୋଲିସ ଓ ଖଲିସ୍ତାନୀ ସମର୍ଥକଙ୍କ ମଧ୍ୟରେ ଘମାଘୋଟ ହାଇଡ୍ରାମା ପରେ ଗିରଫ ହୋଇଛନ୍ତି ଖଲିସ୍ତାନୀ ସମର୍ଥକ ତଥା ‘ୱାରିସ ପଞ୍ଜାବ ଦେ’ ମୁଖ୍ୟ ଅମ୍ରିତପାଲ ସିଂ । ପ୍ରଥମେ ୬ ଜଣ ସହଯୋଗୀଙ୍କୁ ଜଲନ୍ଧରର ମେହତପୁର ଅଞ୍ଚଳରୁ ପଞ୍ଜାବ ପୁଲିସ ଗିରଫ କରିଛି । ପରେ ଜଳନ୍ଧରର ନକୋଦର ଅଂଚଳରୁ ଗିରଫ ହୋଇଛନ୍ତି ଅମ୍ରିତପାଲ ସିଂ । କିଛି ଦିନ ପୂର୍ବରୁ ଅଜନାଲରେ ଅମ୍ରିତପାଲ ଓ ତାଙ୍କ ସମର୍ଥକ ପୁଲିସ ଥାନାରେ ପହଁଚି ବଡ ଧରଣର ଆକ୍ରମଣ କରିଥିଲେ । ଯେଉଁଥି ପାଇଁ ଅମ୍ରିତପାଲ ସିଂଙ୍କ ଉପରେ ମୋଟ ତିନୋଟି ମାମଲା ରୁଜୁ କରାଯାଇଛି । ପାଖାପାଖି ଶହେ ପୋଲିସ ଗାଡି ପିଛା କରିବା ପରେ ଶେଷରେ ଅମ୍ରିତପାଲଙ୍କୁ ପୋଲିସ କାବୁ କରିପାରିଛି । ସୁରକ୍ଷା ଦୃଷ୍ଟିରୁ ଓ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ପଞ୍ଜାବ ପୁଲିସ ବହୁ ଅଂଚଳରେ ରବିବାର ମଧ୍ୟାହ୍ନ ୧୨ଟା ଯାଏଁ ଇଂଟରନେଟ ସେବା ଓ ଏସଏମଏସ ବନ୍ଦ ରହିବ ବୋଲି ଘୋଷଣା ହୋଇଛି   । ପଞ୍ଜାବ ପୁଲିସ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ଅନୁରୋଧ କରିଛି ।