କନକ ବ୍ୟୁରୋ: ହିମାଚଳପ୍ରଦେଶ ଧର୍ମଶାଳାରେ ହଇଚଇ ସୃଷ୍ଟି ହୋଇଛି । କାରଣ ପ୍ରଦେଶ ବିଧାନସଭା ମୁଖ୍ୟ ଫାଟକରେ ଲାଗିଛି ଖଲିସ୍ତାନୀ ବ୍ୟାନର । ଏହି ସବୁ ବ୍ୟାନରକୁ ୟୋଲ ପୋଲିସ ଉତାରିବା ସହ ଯାଞ୍ଚ ଆରମ୍ଭ କରିଛି ।
ଧର୍ମଶାଳା ତପୋବନ ସ୍ଥିତ ବିଧାନସଭା ଭବନର ଏକ ଭିଡିଓ ମଧ୍ୟ ଜାରି କରାଯାଇଛି । ଏହି ଭିଡିଓରେ ବିଧାନସଭାର ମୁଖ୍ୟ ଫାଟକରେ ଖଲିସ୍ତାନୀ ପତକା ଲଗା ଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଓ ଏସଡିଏମ୍ ପହଞ୍ଚି ଘଟଣାର ଯାଞ୍ଚ କରୁଛନ୍ତି । କେବଳ ଏତିକି ନୁହେଁ ବିଧାନସଭା ପାଚେରୀରେ ମଧ୍ୟ ଖଲିସ୍ତାନୀ ଲେଖାଯାଇଥିଲା । ହେଲେ ଏହି ବ୍ୟାନର ପତାକା କିଏ ଲଗାଇଛି ସେ ନେଇ ଏଯାଏଁ କିଛି ଜଣାପଡିନି । ଏ ବାବଦରେ ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରୁଛି ।
ହିମାଚଳପ୍ରଦେଶର ପଡୋଶୀ ରାଜ୍ୟରେ ବଢୁଥିବା ଆତଙ୍କବାଦୀ ମଡ୍ୟୁଲ ଧରାଯିବା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଧାନସଭା ଆଗରେ ଖଲିସ୍ତାନୀ ପତାକା ଦେଖାଯିବା ପରେ ହିମାଚଳପ୍ରଦେଶରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଞ୍ଚ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/10-10.jpg)