କନକ ବ୍ୟୁରୋ : ମିଥ୍ୟା କାମ ସତ ବିଲ । ମନ୍ଦିର ଆଉ ସ୍କୁଲ ନାମରେ ଦୁର୍ନିତି ଅଭିଯୋଗ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଦାନପୁର ପଂଚାୟତରେ ଦୁର୍ନୀତି ବଢିବାରେ ଲାଗିଛି । ଏହି ପଂଚାୟତରେ ଥିବା ପର୍ଯ୍ୟଟନ ସ୍ଥଳୀ ଝାଡେଶ୍ୱର ମନ୍ଦିରର ଉନ୍ନତି କରାଯାଇଥିବା ଦର୍ଶାଇ ୨୦୨୩ ମସିହାରେ ୪ ଲକ୍ଷ ଟଙ୍କା ବିଲ କରାଯାଇଥିବା ଅଭିଯୋଗ ହୋଇଛି । କିନ୍ତୁ ଝାଡେଶ୍ୱର ମନ୍ଦିରରେ ବହୁଦିନ ହେଲା କୌଣସି କାମ ହୋଇ ନଥିବା କହିଛନ୍ତି ମନ୍ଦିର ପୂଜାରୀ ଓ ମନ୍ଦିର କମିଟିର ସଦସ୍ୟ । ନକଲି କାମ ଦେଖାଇ ଏହି ବିଲ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ସେହିଭଳି ଦାନପୁର ପଂଚାୟତରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉନ୍ନତି କରଣ ନାମରେ ଅଭିଯୋଗ । ଦୁଇ ଦୁଇଥର ମିଥ୍ୟା ବିଲ କରି ସରକାରୀ ଟଙ୍କା ଉଠାଯାଇଥିବା ଅିଭଯୋଗ ଆସିଛି । ସ୍କୁଲ ଉନ୍ନତି କରଣରୁ ନେଇ ସ୍କୁଲର ରୂପାନ୍ତରୀକରଣ କରାଯାଇଥିବା ଦର୍ଶାଇ ନକଲି ବିଲ କରାଯାଇଥିବା ଅଭିଯୋଗ ହୋଇଛି ।

Advertisment

ମନ୍ଦିର ସ୍କୁଲରୁ ନେଇ ପଂଚାୟତରେ ଅନେକ ମିଥ୍ୟା ବିଲ କରାଯାଇଥିବା ମଧ୍ୟ ଭିଜିଲାନ୍ସ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଅଭିଯୋଗ ହେବା ପରେ ଖୁବଶୀଘ୍ର ହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମିଳିଛି ପ୍ରତିଶ୍ରୁତି ।

କାମ ନକରି ବ୍ଲକ ଅଧକ୍ଷଙ୍କ ପଂଚାୟତରେ ଦୁର୍ନିତି ଖଲ୍ଲିକୋଟ ଅଂଚଳରେ ଚର୍ଚାର ବିଷୟ ହୋଇଥିବା ବେଳେ କେବେ ଏହାର ତଦନ୍ତ ହେଉଛି ଓ କେବେ ମିଥ୍ୟା ବିଲ କରିଥିବା କର୍ମଚରୀଙ୍କ ଉପରେ ତଦନ୍ତ ହେଉଛି ତାହା ଦେଖିବାକୁ ବାକି ରହିଲା ।