ଚଳନ୍ତା ଟ୍ରେନର ଇଂଜିନରେ ଲାଗିଲା ନିଆଁ । ୟୁପିର ହରପାଲପୁର ଷ୍ଟେସନ ନିକଟରେ ଉଦୟପୁର–ଖୁଜରାହୋ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

53

କନକ ବ୍ୟୁରୋ: ଚଳନ୍ତା ଟ୍ରେନର ଇଂଜିନରେ ଲାଗିଲା ନିଆଁ । ୟୁପିର ହରପାଲପୁର ଷ୍ଟେସନ ନିକଟରେ ଉଦୟପୁର–ଖୁଜରାହୋ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ହୋଇଛି । ଇଂଜିନରେ ନିଆଁ ଲାଗିବା ପରେ ଯାତ୍ରୀ ଟ୍ରେନ ଛାଡି ଏଣେ ତେଣେ ପଲାଉଥିବା ଦେଖିବାକୁ ମିଳିଥିଲା । ଟ୍ରେନରେ ଅଗ୍ନିକାଣ୍ଡ ଖବର ପାଇ ଉଦ୍ଧାରକାରୀ ଦଳ ଓ ହରପାଲ ନଗର ପରିଷଦର ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି । ଏହାପରେ ୟୁପିର ମହୋବା ରେଲ ଷ୍ଟେସନରୁ ଅନ୍ୟ ଇଂଜିନ ଆସିବା ପରେ ଉଦୟପୁର–ଖୁଜରାହୋ ଏକ୍ସପ୍ରେସ ଯାଇଛି ।

ସୂଚନା ମୁତାବକ, ଟ୍ରେନ୍ ନମ୍ବର ୧୯୬୬୫ ଖଜୁରାହ-ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସ ଝାନ୍ସି ଆଡ଼କୁ ଯାତ୍ରା ଆରମ୍ଭ କରିଥିଲା । ହର୍ପାଲପୁର ଷ୍ଟେସନ ର ପାଖା ପାଖି ପହଞ୍ଚି ଥିବା ବେଳେ ହଠାତ୍ ଟ୍ରେନ୍ର ଇଞ୍ଜିନରୁ ଧୂଆଁ ବାହାରିବାକୁ ଲାଗିଥିଲା । ଦେଖୁ ଦେଖୁ ଟ୍ରେନର ଇଞ୍ଜିନରେ ନିଆଁ ଲାଗି ଯାଇଥିଲା । ଏହି ଦୃଶ୍ୟ ଦେଖିବା ପରେ ଯାତ୍ରୀମାନେ ଆତଙ୍କିତ ହୋଇ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ । କିଛି ଯାତ୍ରୀ ଟ୍ରେନରୁ ଡ଼େଇଁ ପଡ଼ିବାରୁ ଆହତ ହୋଇଥିବା ଜଣା ପଡ଼ିଛି । ଏ ବିଷୟରେ ଜାଣିବା ପରେ ଟ୍ରେନ ଚାଳକ ଜଣକ ଗାଡ଼ି ରୋକିବା ପରେ ଯାତ୍ରୀମାନେ ତଳକୁ ଓଲ୍ହାଇ ପଡ଼ିଥିଲେ । ତେବେ ଏହି ଦୁର୍ଘଟଣାରେ କେହି ମୃତ୍ୟୁବରଣ କରି ନଥିବା ଜଣାପଡ଼ିଛି ।