କେବେ ତୁଟିବ ଅନ୍ଧ ବିଶ୍ୱାସ ମୋହ ? ମହିଳାଙ୍କୁ ବଳି ଦେବା ଉଦ୍ୟମରେ ୩ ଗିରଫ

383

କନକ ବ୍ୟୁରୋ : ମହିଳାଙ୍କୁ ମାଡ଼ ମାରିବା ସହ ବଳି ଦେବାର ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଏ ମାମଲାରେ ମହିଳାଙ୍କ ଦେଡଶୂର ଦିଅର ଓ ନଣନ୍ଦଙ୍କ ସମେତ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୋଗ ଅନୁସାରେ, ଖଇରା ଥାନା ଅର୍ଜୁନପୁର ଗାଁର ପ୍ରତାପ ଜେନାଙ୍କ ସ୍ତ୍ରୀ ଚିନ୍ମୟୀ ଓ ପୁଅ ଗତକାଲି ରାତିରେ ଘରେ ଥିବାବେଳେ ତାଙ୍କ ଦିଅର ଓ ଝିଆରୀ କାଳିସି ଲାଗିଥିବାର ବାହାନା କରିଥିଲେ।

ଚିନ୍ମୟୀଙ୍କୁ ନିସ୍ତୁକ ମାଡ଼ ମାରି ଭିଡ଼ି ଭିଡ଼ି ସ୍ଥାନୀୟ ଦୁର୍ଗା ମନ୍ଦିରକୁ ବଳି ପକାଇବାକୁ ନେଇଥିଲେ ବୋଲି ଚିନ୍ମୟୀ ଅଭିଯୋଗ କରିଛନ୍ତି। ଚିନ୍ମୟୀଙ୍କ ପୁଅ ଗ୍ରାମବାସୀଙ୍କୁ ଡାକିବାରୁ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଚିନ୍ମୟୀଙ୍କୁ ଉଦ୍ଧାର କରି ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ, ଖଇରା ପୁଲିସ ଚିନ୍ମୟୀଙ୍କ ଦେଡ଼ଶୂର ପ୍ରଦୀପ କୁମାର ଜେନା, ଦିଅର ପ୍ରଶାନ୍ତ କୁମାର ଜେନା ଓ ନଣନ୍ଦ ପ୍ରୀତିରେଖା ଜେନାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Comments are closed.