କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଖଇରାକୁ ଏନଏସି ମାନ୍ୟତା ଦାବିରେ ସ୍ୱାଭିମାନୀ ମଞ୍ଚ ପକ୍ଷରୁ ୯ ଘଣ୍ଟିଆ ଖଇରା ବନ୍ଦ । ସକାଳ ୬ଟାରୁ ଅପରାହଣ ୩ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଛାଡି ଅନ୍ୟ ସବୁ ବନ୍ଦ କରାଯାଇଛି । ଖଇରାକୁ ଦୀର୍ଘ ଦିନ ହେବ ଏନଏସି ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲା । ହେଲେ ନିକଟରେ ରାଜ୍ୟ ସରକାର ଘୋଷଣା କରିଥିବା ନୂଆ ଏନଏସି ତାଲିକାରେ ଖଇରାକୁ ବାଦ ଦିଆଯାଇଛି । ଏନଏସି ପାଇଁ ସବୁ ପ୍ରକାର ଭିତ୍ତିଭୂମି ଥିଲେ ମଧ୍ୟ କାହିଁକି ବାଦ୍ ଦିଆଗଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।

Advertisment

ସେପଟେ ଏନଏସି ଘୋଷଣା ଦାବିରେ ସମ୍ବଲପୁର ବାମରାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବାମରା ନାଗରିକ କମିଟି ପକ୍ଷରୁ ବନ୍ଦ ପାଳିତ ହେଉଛି । ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେବା ସହ ଦୋକାନ ବଜାର, ଗାଡି ଚଳାଚଳ ଓ ସ୍କୁଲ କଲେଜ ବନ୍ଦ ରହିଛି । ଟ୍ରେନ୍ ସେବା ଓ ପରୀକ୍ଷାର୍ଥୀଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ନାଗରିକ କମିଟି ପକ୍ଷରୁ କୁହାଯାଇଛି ।