ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ବଡ ଝଟକା: ଦଳ ଛାଡିଲେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ

165

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । ହାତ ଛାଡ଼ିଲେ ବିଧାୟକ ଅଧିରାଜ ପାଣିଗ୍ରାହୀ । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅଧିରାଜ ପାଣିଗ୍ରାହୀ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ଇସ୍ତଫାପତ୍ର । ଦୀର୍ଘ ୨୫ ବର୍ଷ ଧରି ସେବା କରିବାକୁ ସୁଯୋଗ ଦେଇଥିବାରୁ କଂଗ୍ରେସକୁ ଧନ୍ୟବାଦ ଦେଇଛନ୍ତି । ଆଉ କହିଛନ୍ତି, କଂଗ୍ରେସ ସହ କୌଣସି ବିବାଦ ନାହିଁ । କଂଗ୍ରେସର ନେତୃତ୍ୱ ସହ ବି କୌଣସି ବିବାଦ ନାହିଁ । ମୋତେ କଂଗ୍ରେସରେ ବହୁ ସମ୍ମାନ ମିଳିଛି । ଲୋକେ ଚାହୁଁଥିଲେ ତେଣୁ କଂଗ୍ରେସରେ ଥିଲି । ଲୋକଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ କଂଗ୍ରେସ ଛାଡିଛି । ଲୋକ ଜିତାଇଥିଲେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଛି । ଖଡିଆଳ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବି । ।

କଂଗ୍ରେସ ଛାଡ଼ିବା ପରେ ଅଧିରାଜ ବିଜେଡିରେ ଯୋଗଦେବେ ବୋଲି ସୂଚନା ମିଳିଛି । ଆସନ୍ତାକାଲି ବିଜେଡିରେ ଯୋଗଦେବାର ସମ୍ଭାବନା ରହିଛି । ଅଧିରାଜ ପାଣିଗ୍ରାହୀ ବର୍ତମାନ ଖରିଆରର ବିଧାୟକ ଅଛନ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ଲମ୍ବୋଧର ନିଆଳଙ୍କୁ ହରାଇ ବିଜୟୀ ହୋଇଥିଲେ ଅଧିରାଜ । ତେବେ ୨୦୨୪ ନିର୍ବାଚନର ଠିକ୍ ପୂର୍ବରୁ ଇସ୍ତଫା ଦେବା କଂଗ୍ରେସ ପାଇଁ ବଡ଼ ଝଟକା ହୋଇପାରେ ।