ରାଜଧାନୀରେ ମାତିଛନ୍ତି ବୁଲେଟ୍ ଚୋର । ୩ ବାଇକ୍ ଲୁଟେରାଙ୍କୁ ବାନ୍ଧିଲା ଖଣ୍ଡଗିରି ପୋଲିସ

173

କନକ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ରୟାଲ ଲୁଟେରା । ଦାମୀ ରୟାଲ ଏନଫିଲ୍ଡ ଗାଡିକୁ ଟାର୍ଗେଟ କରୁଛନ୍ତି । ଆଉ ଏହିଭଳି କିଛି ରୟାଲ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ପୁଲିସ ।

ଥାନାରେ ଧାଡି ଧାଡି ହୋଇ ଥୁଆ ହୋଇଛି ବୁଲେଟ୍ ଏବଂ ନୂଆ ନୂଆ ଦାମୀ ବାଇକ୍ । ଥାନାରେ ହଠାତ ଏହି ଦୃଶ୍ୟରୁ ଦେଖି ଯେକେହି ବି ଭାବିବ ୟେ କୌଣସି ବୁଲେଟ ସୋ ରୁମର । କିନ୍ତୁ ବାସ୍ତବ ଜିନିଷ ସମସ୍ତଙ୍କୁ ଚକ୍କିତ କରିଦେବ । ଜବତ ହୋଇଥିବା ସବୁ ଦାମୀ ଗାଡି ଗୁଡିକୁ ବିଭିନ୍ନ ସ୍ଥାନରୁ ଚୋରୀ କରି ବିକ୍ରି କରିବା ଉଦେଶ୍ୟରେ ରଖିଥିବା ବେଳେ ୩ ଜଣଙ୍କୁ ମାଡି ବସିଛି ଖଣ୍ଡଗିରି ଥାନା ପୋଲିସର ସ୍ୱତନ୍ତ୍ର ଟିମ । ଚୋରି ସମୟର ସିସିଟିଭି ଫୁଟେଜବି ପୋଲିସ ହାତରେ ଲାଗିଛି ।

କେବଳ ଭୁବନେଶ୍ୱର ନୁହେଁ,ଗାଁ ଠୁ ସହର,ପ୍ରତି ଜିଲ୍ଲାରେ ବାଇକ ଚୋରୀର ପ୍ରାୟ ସମାନ ଅବସ୍ଥା । ରାଜ୍ୟର ପ୍ରତି ଥାନାରେ ମାଳ ମାଳ ବାଇକ ଚୋରିର ମାମଲା ବର୍ଷ ବର୍ଷ ଧରି ଏହିଭଳି ପଡିରହୁଛି । କିଛି ସ୍ଥାନରେ ବାଇକ ଲୁଟେରା ଗିରଫ ହେଉଥିବା ବେଳେ ଅନେକ ମାମଲାରେ ଲୁଟେରା ବେଧଡକ ବୁଲୁଛନ୍ତି । କିନ୍ତୁ ବାଇକ ମିଳୁନାହିଁ ।

ବାଇକ ଚୋର ଅତି ଆରାମରେ ବାଇକ ଚୋରିକରି ବାଇକ ଗୁଡିକୁ କମ ଦରରେ ବିକ୍ରି କରି ମାଲାମାଲ ହେଉଛନ୍ତି । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଲୁଟେରା ଧରାପଡୁନାହାନ୍ତି । ଏହା ପୁଲିସର
କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାଇକ ଚୋରି ବର୍ତମାନ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।