ଫେବ୍ରୁଆରୀରେ ଓଡିଶା ଆସିବେ ଖଡଗେ ଓ ପ୍ରିୟଙ୍କା । ହାଥ୍ ସେ ହାଥ୍ ଯୋଡୋ କାର୍ଯ୍ୟକ୍ରମରେ ଦେବେ ଯୋଗ ।

89

କନକ ବ୍ୟୁରୋ: ଫେବ୍ରୁଆରୀରେ ଓଡିଶା ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ରାଜ୍ୟ କଂଗ୍ରେସ ପକ୍ଷରୁ ଆୟୋଜିତ ହେବାକୁ ଥିବା ହାଥ୍ ସେ ହାଥ୍ ଯୋଡୋ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଆଇସିସି ଅଧକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଓ ଏଆଇସିସି ସାଧାରଣ ସମ୍ପାଦିକା ପ୍ରିିୟଙ୍କା ଗାନ୍ଧୀଙ୍କ ଓଡିଶା ଗସ୍ତ ନେଇ ପିସିସି ପକ୍ଷରୁ ସୂଚନା ଦିଆଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଚାଲିଥିବା ଓଡିଶା କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ସୁନ୍ଦରଗଡରେ ପହଁଚିଛି । ଆସନ୍ତା ୨୬ତାରିଖଠାରୁ ବୁଥ୍ ସ୍ତରରେ ସଂଗଠନକୁ ମଜଭୁତ କରିବାକୁ ହାଥ୍ ସେ ହାଥ୍ ଯୋଡୋ କାର୍ଯ୍ୟକ୍ରମ ଆରମ୍ଭ କରିବ କଂଗ୍ରେସ । ଏହି କାର୍ଯ୍ୟକ୍ରମରେ ଖଡଗେ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଆଣି ନିର୍ବାଚନ ପୂର୍ବରୁ ପାୱାର ସୋ କରିବାକୁ ଯୋଜନା କରିଛି ଦଳ ।