କନକ ବ୍ୟୁରୋ : ହେତୁବାଦୀଙ୍କୁ ହତ୍ୟା ଧମକ । ହେତୁବାଦୀ ଦେବେନ୍ଦ୍ର ସୁତାରଙ୍କୁ ହତ୍ୟା ଧମକ ମିଳିଥିବା ସେ କଟକ ମର୍କତ ନଗର ଥାନାରେ ଅଭିଯୋଗ କରିଛନ୍ତି । କେହି ଜଣେ ଅଜଣା ବ୍ୟକ୍ତି ଫୋନ୍ କରି ତାଙ୍କୁ ହତ୍ୟା ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି ।
ଧର୍ମ ବିରୋଧରେ ଯାଇଛି, ଖୁବ୍ ଶୀଘ୍ର ଜୀବନରୁ ମାରିଦେବୁ ବୋଲି ତାଙ୍କୁ ଧମକ ମିଳିଥିବା ଥାନାରେ ଅଭିଯୋଗ କରିଛନ୍ତି ଦେବେନ୍ଦ୍ର ସୁତାର । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ସୂର୍ଯ୍ୟପରାଗକୁ ମାନିନଥିଲେ ହେତୁବାଦୀ । ସୂର୍ଯ୍ୟପରାଗରେ ପାକ ନିଷେଧ ଥିବା ବେଳେ ହେତୁବାଦୀମାନେ ଚିକେନ୍ ବିରିୟାନୀ ରୋଷେଇ କରି ଖାଇଥିଲେ । ଏହାକୁ ନେଇ ହେତୁବାଦୀମାନେ ସମାଲୋଚନାର ଶିକାର ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/22-16.jpg)