ରିଲିଜ୍ ହେଉ ହେଉ ରେକର୍ଡ କଲା KGF । ପ୍ରଥମ ଦିନରେ ରେକର୍ଡ ବ୍ୟବସାୟ

Advertisment
ରିଲିଜ୍ ହେଉ ହେଉ ରେକର୍ଡ କଲା KGF । ପ୍ରଥମ ଦିନରେ ରେକର୍ଡ ବ୍ୟବସାୟ

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ମୁଭି କେଜିଏଫ୍ -୨ ଦେଶ ବିଦେଶରେ ମୋଟ ୧୦ ହଜାର ସ୍କ୍ରିନରେ ମୁକ୍ତିଲାଭ କରିଛି । ତେବେ ମୁକ୍ତିଲାଭ କରୁକରୁ ଏହା ରେକର୍ଡ ସୃଷ୍ଟି କରିଛି । ତାହା ହେଲା ପ୍ରଥମ ଦିନରେ ଏକା ୧୫୦ କୋଟି ଟଙ୍କା ରୋଜଗାର କରିପାରିଛି । ସେହିପରି ଏହି ଚଳଚ୍ଚିତ୍ର ଦେଖିବା ପାଇଁ ୨.୯ ମିଲିଲିୟନ୍ ଟିକେଟ୍ ଆଡଭାନ୍ସ ବୁକିଂ ହୋଇସାରିଛି । ଏଥିସହିତ କରୋନା ପରେ ଏତେ ସ୍କ୍ରିନରେ ରିଲିଜ୍ ହେବାରେ ଏହା ପ୍ରଥମ ମୁଭି ।

କେଜିଏଫ୍ -୨ ଚଳଚ୍ଚିତ୍ରକୁ ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶନା ଦେଇଥିବାବେଳେ ରବିନା ଟଣ୍ଡନ ଓ ସଞ୍ଜୟ ଦତ୍ତ ପ୍ରମୁଖ ଅଭିନୟ କରିଛନ୍ତି । ଏହି କଳାକାରମାନେ ହେଉଛନ୍ତି କେଜିଏଫ୍-୨ ହଟ୍ ପ୍ରପର୍ଟି । ଚଳଚ୍ଚିତ୍ରଟି ଏହାର ରିଲିଜକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଥିଲା । କିନ୍ତୁ କରୋନା ଯୋଗୁଁ ଫିଲ୍ମର ରିଲିଜକୁ ବିଳମ୍ବ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe