କନକ ବ୍ୟୁରୋ : ସିନେପ୍ରେମୀଙ୍କ ପାଇଁ ଖୁସିଖବର । କରୋନା କାଳରେ ବହୁ ପ୍ରତୀକ୍ଷିତ ଫିଲ୍ମ କେଜିଏଫ-୨କୁ ନେଇ ଆସିଛି ବଡ ଖବର । ଫିଲ୍ମରେ ମୁଖ୍ୟ ନାୟକ ଭୁମିକାରେ ଥିବା ୟାସ୍ ଫିଲ୍ମର ନୂଆ ପୋଷ୍ଟର ସେୟାର କରିବା ସହ ଫିଲ୍ମ ରିଲିଜର ତାରିଖ ଘୋଷଣା କରିଛନ୍ତି । ଆଉ ଏହି ତାରିଖ ଘୋଷଣା ପରେ ସିନେପ୍ରେମୀ ବେଶ ଉତ୍ସାହିତ ଅଛନ୍ତି । କାରଣ ଦୀର୍ଘଦିନ ହେବ କେଜିଏଫ-୨ର ରିଲିଜ ତାରିଖକୁ ନେଇ ସସପେନ୍ସରେ ଥିଲେ ସିନେପ୍ରେମୀ ।
The uncertainties of today will only delay our resolve, but the eventuality is as promised.We will be out in theaters on april 14th 2022.#KGF2onApr14@prashanth_neel@VKiragandur@hombalefilms@duttsanjay@TandonRaveena@SrinidhiShetty7pic.twitter.com/2FPTknM7Nb
— Yash (@TheNameIsYash) August 22, 2021
ଆସନ୍ତା ବର୍ଷ ଅଥାର୍ତ ୨୦୨୨ ଅପ୍ରେଲ ୧୪ ତାରିଖରେ ସିନେମାହଲରେ କେଜିଏଫ-୨ ରିଲିଜ ହେବ । ଆଉ ଏହି ପୋଷ୍ଟ ସେୟାର କରିବା ପରେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଛି । କେବଳ ୟାସ୍ ନୁହଁନ୍ତି ସଞ୍ଜୟ ଦତ୍ତ ମଧ୍ୟ ଫିଲ୍ମର ନୂଆ ଫଟୋ ଥିବା ପୋଷ୍ଟର ସେୟାର କରିଛନ୍ତି । ଯେଉଁ ପୋଷ୍ଟରରେ ଫିଲ୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା ଅଭିନେତା ଓ ଅଭନେତ୍ରୀ ରହିଛନ୍ତି । ଫିଲ୍ମରେ ଅଧୀରା ଭୂମିକାରେ ନଜର ଆସିବାକୁ ଥିବା ସଞ୍ଜୟ ନୂଆ ପୋଷ୍ଟର ସହ ପ୍ରଂଶସକଙ୍କୁ ଫିଲ୍ମ ରିଲିଜର ତାରିଖ ବାବଦରେ କହିଛନ୍ତି ।
The uncertainties of today will only delay our resolve, but the eventuality is as promised. We will be out in theaters on April 14th 2022. #KGF2onApr14@TheNameIsYash@prashanth_neel@hombalefilms@VKiragandur@HombaleGroup@TandonRaveena@SrinidhiShetty7@JoinPrakashRajpic.twitter.com/hHeVE7bndJ
— Sanjay Dutt (@duttsanjay) August 22, 2021
ଏହାପୂର୍ବରୁ କେଜିଏଫ-୨ର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ବେଶ ପସନ୍ଦ କରିଥିଲେ ଦର୍ଶକ । କିନ୍ତୁ ଟ୍ରେଲର ରିଲିଜ ହେବାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଫିଲ୍ମ ରିଲିଜକୁ ନେଇ କୌଣସି ସୂଚନା ମିଳିପାରୁନଥିଲା । ପୂର୍ବରୁ କେଜିଏଫର ପ୍ରଥମ ପାର୍ଟକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଦ୍ୱିତୀୟ ଭାଗକୁ ଅପେକ୍ଷା କରି ରହିଛନ୍ତି । ୨୦୧୮ରେ କେଜିଏଫର ପ୍ରଥମ ପାର୍ଟ ରିଲିଜ ହୋଇଥିଲା । କେଜିଏଫ-୨ରେ ଅନେକ ନୂଆ ଅଭିନେତା ଓ ଅଭିନେତ୍ରୀ ନଜର ଆସିବେ । ପ୍ରକାଶ ରାଜ, ରବୀନା ଟଣ୍ଡନ, ସଞ୍ଜୟ ଦତ୍ତଙ୍କ ଭଳି କଳାକାରଙ୍କୁ ଦେଖିବାକୁ ମିଳିବ ।