କେଜିଏଫ-୨ର ରିଲିଜ ତାରିଖ ଘୋଷଣା

188

କନକ ବ୍ୟୁରୋ: ସାଉଥ୍ ସୁପରଷ୍ଟାର  ୟଶ୍ ଓ ସଞ୍ଜୟ ଦତ୍ତ ଅଭିନୀତ ଫିଲ୍ମ କେଜିଏଫ-୨ର ରିଲିଜ ତାରିଖ ଘୋଷଣା କରାଯାଇଛି । ଏହି ଫିଲ୍ମଟି ଚଳିତବର୍ଷ ଜୁଲାଇ ମାସରେ ରିଲିଜ ହେବ । ସିନେ ସମୀକ୍ଷକ ତରଣ ଆଦର୍ଶଙ୍କ ସୂଚନା ମୁତାବକ ଫିଲ୍ମଟି ଜୁଲାଇ ୧୬ ତାରିଖରେ ରିଲିଜ ହେବ । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ସଞ୍ଜୟ ଦତ୍ତ, ୟଶ୍, ଶ୍ରୀନିଧି ସେଟ୍ଟୀ ଓ ରବିନା ଟଣ୍ଡନ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ପ୍ରଶାନ୍ତ ନିଲ ଦେଇଥିବାବେଳେ ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲାମ ଭାଷାରେ ରିଲିଜ ହେବ ।

ସୂଚନାଯୋଗ୍ଯ ଯେ, କେଜିଏଫ-୨ ଫିଲ୍ମଟି ୨୦୧୮ରେ ରିଲିଜ ହୋଇଥିବା କେଜିଏଫ ଫିଲ୍ମର ସିକ୍ୱେଲ । ଏଥିରେ ହିରୋ ରକି ଭିଲେନ୍ ଅଧିରାକୁ ସାମ୍ନା କରିବ। ଅଭିନେତା ସଞ୍ଜୟ ଦତ୍ତ ଏଥର ଅଧିରା ଭୂମିକାରେ ଅଭିନୟ କରିଛନ୍ତି । କେଜିଏଫ-୧ ବକ୍ସ ଅଫିସରେ ପ୍ରାୟ ୨୦୪ କୋଟି ଆୟ କରିଥିଲା ।  କିଛି ଦିନ ତଳେ କେଜିଏଫ-୨ ର ଟିଜର ରିଲିଜ ହୋଇଥିଲା । ଯାହାକୁ ୧୬ କୋଟିରୁ ଅଧିକ ଦର୍ଶକ ଦେଖିଥିଲେ ।