କନକ ବ୍ୟୁରୋ: ସାଉଥ୍ ସୁପରଷ୍ଟାର ୟଶ୍ ଓ ସଞ୍ଜୟ ଦତ୍ତ ଅଭିନୀତ ଫିଲ୍ମ କେଜିଏଫ-୨ର ରିଲିଜ ତାରିଖ ଘୋଷଣା କରାଯାଇଛି । ଏହି ଫିଲ୍ମଟି ଚଳିତବର୍ଷ ଜୁଲାଇ ମାସରେ ରିଲିଜ ହେବ । ସିନେ ସମୀକ୍ଷକ ତରଣ ଆଦର୍ଶଙ୍କ ସୂଚନା ମୁତାବକ ଫିଲ୍ମଟି ଜୁଲାଇ ୧୬ ତାରିଖରେ ରିଲିଜ ହେବ । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ସଞ୍ଜୟ ଦତ୍ତ, ୟଶ୍, ଶ୍ରୀନିଧି ସେଟ୍ଟୀ ଓ ରବିନା ଟଣ୍ଡନ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ପ୍ରଶାନ୍ତ ନିଲ ଦେଇଥିବାବେଳେ ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲାମ ଭାଷାରେ ରିଲିଜ ହେବ ।
ସୂଚନାଯୋଗ୍ଯ ଯେ, କେଜିଏଫ-୨ ଫିଲ୍ମଟି ୨୦୧୮ରେ ରିଲିଜ ହୋଇଥିବା କେଜିଏଫ ଫିଲ୍ମର ସିକ୍ୱେଲ । ଏଥିରେ ହିରୋ ରକି ଭିଲେନ୍ ଅଧିରାକୁ ସାମ୍ନା କରିବ। ଅଭିନେତା ସଞ୍ଜୟ ଦତ୍ତ ଏଥର ଅଧିରା ଭୂମିକାରେ ଅଭିନୟ କରିଛନ୍ତି । କେଜିଏଫ-୧ ବକ୍ସ ଅଫିସରେ ପ୍ରାୟ ୨୦୪ କୋଟି ଆୟ କରିଥିଲା । କିଛି ଦିନ ତଳେ କେଜିଏଫ-୨ ର ଟିଜର ରିଲିଜ ହୋଇଥିଲା । ଯାହାକୁ ୧୬ କୋଟିରୁ ଅଧିକ ଦର୍ଶକ ଦେଖିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/01/kgf.png)