କନକ ବ୍ୟୁରୋ: ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି ଦମଦାର ସାଉଥ୍ ମୁଭି’ କେଜିଏଫ୍-୨’ । ରକିଙ୍ଗ ଷ୍ଟାର ୟଶଙ୍କ ଦମଦାର ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି । ଏପ୍ରିଲ ୧୪ ତାରିଖରେ ରିଲିଜ୍ ହୋଇଥିବା ଏହି ମୁଭିକୁ ନେଇ ଏବେବି କ୍ରେଜ୍ ରହିଛି । ଫିଲ୍ମକୁ ଦେଖିବାକୁ ସିନେମା ହଲରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ବର୍ତ୍ତମାନ ପିଲ୍ମଟି ୧୭ ଦିନରେ ବକ୍ସ ଅଫିସରେ ୧୦୦୦ କୋଟି ଆୟ କରି ୧୦୦୦ କୋଟି କ୍ଲବରେ ସାମିଲ ହୋଇଛି ।
ପ୍ରଶାନ୍ତ ନୀଲଙ୍କ ଦ୍ୱାରା ନିର୍ଦ୍ଦେଶିକ ଫିଲ୍ମଟି କନ୍ନଡ ସମେତ ମାଲାୟାଲାମ, ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍ ହୋଇଥିଲା । ଫିଲ୍ମରେ ୟଶଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ଶୀନିଧି ସେଟ୍ଟୀ, ରବିନା ଟଣ୍ଡନ ଓ ପ୍ରକାଶ ରାଜ ଅଭିନୟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/4.jpg)