କନକ ବ୍ୟୁରୋ: ନିକଟରେ ସାଉଥ ଷ୍ଟାର ୟଶଙ୍କ ରିଲିଜ ହୋଇଥିବା ଫିଲ୍ମ କେଜିଏଫ ୨ ବକ୍ସ ଅଫିସରେ ଧମାଲ ମଚାଇଥିଲା । ଦର୍ଶକମାନେ ଏହି ଫିଲ୍ମର ଅନେକ ପ୍ରଶଂସା ମଧ୍ୟ କରିଥିଲେ । ତେବେ ଏହି ଫିଲ୍ମରେ ୟଶଙ୍କ ବ୍ୟତୀତ ଅନ୍ୟ ଅଭିନେତାଙ୍କ ଅଭିନୟକୁ ମଧ୍ୟ ପ୍ରସଂଶା କରାଯାଇଛି । ତେବେ ଏହାରି ମଧ୍ୟରେ ଏହି ଫିଲ୍ମରେ ଅଭିନୟ କରିଥିବା ମୋହନ ଜୁନେଜାଙ୍କ ମୃତ୍ୟୁ ହୋଇଛି । ୫୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି ।

Advertisment

ମୋହନ ଜୁନେଜାଙ୍କ ମୃତ୍ୟୁରେ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି । ସେ ଲମ୍ବା ସମୟ ହେବ ରୋଗରେ ପୀଡିତ ଥିଲେ । ଗୁରୁତର ହେବା ପରେ ତାଙ୍କୁ ବାଙ୍ଗାଲୋରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ମୋହନ ଜୁନେଜା ଜଣେ କମେଡିୟାନ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । କେଜିଏଫ ଫିଲ୍ମରେ ସେ ସାମ୍ବାଦିକ ଆନନ୍ଦଙ୍କ ଇନଫର୍ମରର ଭୂମିକା କରିଥିଲେ । ସେ ଫିଲ୍ମରେ ସାମ୍ବାଦିକଙ୍କୁ କେଜିଏଫର ପୂରା କାହାଣୀ କହିଥିଲେ । ସେ ତାମିଲି, ତେଲୁଗୁ, ମାଲାୟାଲମ ଓ ହିନ୍ଦୀ ଭାଷାର ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । କେଜିଏଫ ୧ ଓ କେଜିଏଫ ୨ ଉଭୟ ଫିଲ୍ମରେ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି ।