କେଗାଁ ଥାନା ଆଇଆଇସି ନିଲମ୍ବିତ । ମମିତାଙ୍କ ନିଖୋଜ ପରେ ରଖିନଥିଲେ ପରିବାରର ଅଭିଯୋଗ ।

କେଗାଁ ଥାନା ଆଇଆଇସି ନିଲମ୍ବିତ । ମମିତାଙ୍କ ନିଖୋଜ ପରେ ରଖିନଥିଲେ ପରିବାରର ଅଭିଯୋଗ ।

କନକ ବ୍ୟୁରୋ : ମମିତା ମେହେର ହତ୍ୟା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । କଣ୍ଟାବାଞ୍ଜି କେଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ବିତ । ଆଇଆଇସିଙ୍କୁ ନିଲମ୍ବିତ କଲେ ଉତ୍ତରାଞ୍ଚଳ ଡିଆଇଜି । କାର୍ଯ୍ୟରେ ଅବହେଳା ପାଇଁ ଆଇଆଇସିଙ୍କୁ ନିଲମ୍ବନ କଲେ ଉତ୍ତରାଞ୍ଚଳ ଡିଆଇଜି ।

ଏହି ପୋଲିସ ବାବୁଙ୍କ ବିରୋଧରେ ଆସିଥିଲା ସାଂଘାତିକ ଅଭିଯୋଗ । ଗତ ୮ ତାରିଖରେ ମମିତାଙ୍କ ନିଖୋଜ ପରେ ପରିବାର ଲୋକେ ଯେତେବେଳେ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ସେତେବେଳେ ଥାନା ଅଧିକାରୀ ଡମୁ ପରଜା ମମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ରଖିନଥିଲେ । ଅଭିଯୋଗ ନରଖି ଓଲଟି ପରିବାରକୁ ଫେରାଇ ଦେଇଥିଲେ ଆଇଆଇସି ।

ସୂଚନା ଅନୁସାରେ ଗତ ୮ ତାରିଖରେ ମମିତା ମେହେର ଯେତେବେଳେ ନିଖୋଜ ହୋଇଗଲେ, ତାଙ୍କ ପରିବାରର ଏତଲା ଦେବା ନାଇଁ କେଗାଁ ଥାନାକୁ ଯାଇଥିଲେ। କିନ୍ତୁ ଆଇଆଇସି ଡମୁ ପରିଜା ମମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ରଖି ନଥିଲେ। ଫଳରେ ପରିବାର ଲୋକଙ୍କୁ ହତାଶ ହୋଇ ଫେରିବାକୁ ପଡ଼ିଥିଲା।

ତେବେ ମମିତାଙ୍କ ମୃତଦେହ ଅକ୍ଟୋବର ୧୯ ତାରିଖରେ ମୃତଦେହ ଠାବ ହେବା ପରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମେହେର ଓ ତା’ର ସହଯୋଗୀ ତଥା ଡ୍ରାଇଭର ରାଧେଶ୍ୟାମ୍‌ ଚଣ୍ଡି ଗିରଫ ହେବା ପରେ ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଏହି ତଦନ୍ତ ସମୟରେ କେଗାଁ ଥାନା ଆଇଆଇସି କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe