ଯଦି ଆପଣ ଶାକାହାରୀ ଏବଂ ଚିକେନ ଠାରୁ ନିବୃତ୍ତ ରହୁଛନ୍ତି, ତଥାପି ବି ଆପଣ ଆଗକୁ ଚିକେନ୍ ର ମଜା ନେଇପାରିବେ । ଅତି ଶୀଘ୍ର ହିଁ ଭାରତୀୟଙ୍କୁ ମିଳିବ ଶାକାହାରୀ ଚିକେନ୍ ର ସ୍ୱାଦ । ଏହାର ଶୁଭାରମ୍ଭ ବ୍ରିଟେନରୁ ହେବ ।
ବିଶ୍ୱର ଜଣା ଶୁଣା ଆମେରିକୀୟ କମ୍ପାନୀ କେଏଫସି ଏଥିପାଇଁ ଅନୁସନ୍ଧାନ କରିବା ଆରମ୍ଭ କରିଦେଇଛି । କମ୍ପାନୀ ନିଜର ଶାକାହାରୀ ଚିକେନ୍ କୁ ସର୍ବପ୍ରଥମେ ବ୍ରିଟେନରେ ଲଂଚ କରିବ । ଏହା ଦ୍ୱାରା ଲୋକମାନେ ଚିକେନ ଭଳି ମାଂସାହାରୀ ବ୍ୟଞ୍ଜନର ସ୍ୱାଦ ନେଇପାରିବେ, ଯେଉଁମାନେ ଏହାକୁ ଘୃଣା କରନ୍ତି । କେଏଫସିର ପ୍ରବକ୍ତା କହିଛନ୍ତି ଯେ ସେ ଏହି ନୂଆ ବ୍ୟଞ୍ଜନରେ ନିଜର ପ୍ରସିଦ୍ଧ ମସଲାଗୁଡିକର ବ୍ୟବହାର କରିବ, ଯେଉଁଥିରେ ଚିକେନ ଭଳି ସ୍ୱାଦ ଲୋକଙ୍କୁ ମିଳିବ । ଏପର୍ଯ୍ୟନ୍ତ ବିଶ୍ୱରେ କେବଳ ଭାରତକୁ ଛାଡି କୈାଣସି ବି ସ୍ଥାନରେ ଶାକାହାରୀ ଲୋକଙ୍କ ପାଇଁ କେଏଫସି ନିଜର ମେନ୍ୟୁରେ ପରିବର୍ତ୍ତନ କରିନି । କେଏଫସି ପ୍ରବକ୍ତାଙ୍କ କହିବାନୁସାରେ, କମ୍ପାନୀ ଏହାକୁ ବର୍ଷ ୨୦୧୯ରେ ଲଂଚ କରିବ । ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଲୋକମାନେ ମାଂସାହାରୀ ବ୍ୟଞ୍ଜନ ଠାରୁ ମୁହଁ ମୋଡୁଛନ୍ତି । ସେହି ପରିସ୍ଥିତିରେ କେଏଫସି ଏକ ଭଲ ପଦକ୍ଷେପ ନେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/dreamstime_s_88919710.jpg)
/kanak/media/post_attachments/wp-content/uploads/2018/06/1-12-300x199.jpg)
/kanak/media/post_attachments/wp-content/uploads/2018/06/download-1-2.jpg)