ରାଫେଲ ବିବାଦରେ ନୂଆ ମୋଡ଼ : ସୁପ୍ରିମକୋର୍ଟରେ ପକ୍ଷ ରଖିଲେ ଆଟର୍ଣ୍ଣି ଜେନେରାଲ । କହିଲେ, ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଯାଇଛି ରାଫେଲର ଗୋପନୀୟ କାଗଜ

497

ରାଫେଲ ବିବାଦ ମାମଲାରେ ଆଜି ନୂଆ ମୋଡ ଆସିଛି । ସୁପ୍ରିମକୋର୍ଟରେ ଏ ନେଇ ଶୁଣାଣି ବେଳେ କେନ୍ଦ୍ର ସରକାର ପକ୍ଷରୁ ଆଟର୍ଣ୍ଣିଂ ଜେନେରାଲ ପକ୍ଷ ରଖି କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରଣାଳୟରୁ ରାଫେଲ ସମ୍ପର୍କିତ କିଛି କାଗଜପତ୍ର ଚୋରି ହୋଇଯାଇଛି । ଏହାର ତଦନ୍ତ ଚାଲିଛି । ସୁପ୍ରିମକୋର୍ଟରେ ଏଜି କେ.କେ ବେଣୁଗୋପାଳ କହିଛନ୍ତି କି, ଏକ ନିର୍ଦ୍ଦିଷ୍ଟ ଖବରକାଗଜରେ ଯେଉଁ ଗୋପନୀୟ କାଗଜ କଥା ଛପାଯାଇଛି ତା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ସେ ଆହୁରି କହିଥିଲେ, ପ୍ରତିରକ୍ଷା ମନ୍ତ୍ରଣାଳୟରୁ ତଥ୍ୟ ଚୋରି କରାଯାଇ ମାମଲାରୁ ଆଗକୁ ବଢାଯାଇଛି । ଏହି ମାମଲା ଅତି ଗୁରୁତ୍ୱପୂର୍ଣ୍ଣ ଓ ସଂପୃକ୍ତ ଖବରକାଗଜ କିଛି ଗୋପନୀୟ ତଥ୍ୟକୁ ସାର୍ବଜନୀନ କରିଛି ।

ରାଫେଲ ମାମଲାର ଶୁଣାଣି ବେଳେ ଆବେଦନକାରୀ ପ୍ରଶାନ୍ତ ଭୂଷଣ ୮ ପୃଷ୍ଠାର ନୋଟ କୋର୍ଟକୁ ଦେଖାଇଥିଲେ । କିନ୍ତୁ କୋର୍ଟ କହିଥିଲେ, ନୂଆ ପ୍ରମାଣ ଗ୍ରହଣ କରାଯିବନି, ଯାହା ଅଛି ସେହି ଆଧାରରେ ଶୁଣାଣି ହେବ । ବେଣୁଗେପାଳ ଆହୁରି କହିଥିଲେ, ମାମଲାର ନ୍ୟାୟିକ ସମୀକ୍ଷା ହେଲେ ଭବିଷ୍ୟତର କ୍ରୟ ଉପରେ ଖରାପ ପ୍ରଭାବ ପଡିବ । ସେ କହିଥିଲେ, କିଛି ମିଡିଆ ରିପୋର୍ଟ କୋର୍ଟକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି । ଗତବର୍ଷ ଡିସେମ୍ବରରେ ରାଫେଲ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ, ରାଫେଲ କିଣାରେ କୌଣସି ଗଡବଡ ହୋଇନାହିଁ ।