ଛତ୍ରପୁର, ଗୋପାଳପୁର ଓ ଚିକିଟି ଅଂଚଳର ୨ଶହରୁ ଅଧିକ ଚାଷୀ କରୁଛନ୍ତି କିଆଫୁଲ ଚାଷ । ବର୍ଷକୁ ତିନିଥର ହୁଏ ଅମଳ

157

କନକ ବ୍ୟୁରୋ : ପ୍ରସାଧନ ସାମଗ୍ରୀ ସାବୁନ, ହେୟାର ଅଏଲ କିମ୍ବା ଅଗରବତୀ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ କିଆ ଫୁଲର ଅତର । ଗଂଜାମର କିଆଫୁଲରୁ ତିଆରି ଅତର ସାରା ବିଶ୍ୱରେ ଆଦୃତ ହୋଇପାରିଥିବା ବେଳେ ବର୍ଷ ବର୍ଷ ଧରି ଏହା ଲୋକଙ୍କ ରୋଜଗାର ମାଧ୍ୟମ ପାଲଟିଛି । ତେବେ କିଆ ଫୁଲ ଭିତରେ ଗଞ୍ଜାମ କିଆ ଫୁଲର ରହିଛି ନିଆରା ଚାହିଦା । ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗୋପାଳପୁର ଓ ଚିକିଟି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳରେ ୨୦୦ରୁ ଉର୍ଦ୍ଧ ଲୋକ କିଆଫୁଲ ଚାଷ ଉପରେ ନିର୍ଭରଶୀଳ । ବର୍ଷକୁ ତିନିଥର ଏହା ଅମଳ ହେଉଥିବା ବେଳେ ଧାନ ଚାଷ ଠାରୁ ଏହା ଅଧିକ ଲାଭଦାୟକ ।

ଗଞ୍ଜାମ ଜିଲ୍ଲାରେ ପ୍ରାୟ ୬ ହଜାର ହେକ୍ଟରରୁ ଅଧିକ ଜମିରେ କିଆଫୁଲ ଚାଷ କରୁଛନ୍ତି ଚାଷୀ । କିଆଫୁଲରୁ ଅତର ପ୍ରସ୍ତୁତ ପାଇଁ ଜିଲ୍ଲାରେ ୧୪୦ରୁ ଅଧିକ କିଆଫୁଲ ଭାଟି ରହିଛି । ଏହା ଦ୍ୱାରା ବାର୍ଷିକ ୨ ଲକ୍ଷ ଲୋକ ରୋଜଗାର ପାଉଛନ୍ତି । ବର୍ତମାନ ଗୋଟିଏ କିଆଫୁଲର ଦର ୮ଟଙ୍କା ୫୦ ପଇସାରୁ ୧୨ ଟଙ୍କା ପର୍ଯ୍ୟନ୍ତ ରହିଛି । ଯାହାଫଳରେ କିଆଫୁଲ ଚାଷ କରୁଥିବା ପ୍ରତ୍ୟେକ ପରିବାର ମାସକୁ ପ୍ରାୟ ୧୦ ରୁ ୧୫ ହଜାର ଟଙ୍କା ରୋଜଗାର କରିଥାନ୍ତି ।

ଚାଷୀ ମାନେ କିଆ ଫୁଲ ତୋଳିବା ପରେ ଭାଟିରେ ପ୍ରକ୍ରିୟାକରଣ କରି ଅତର ଓ ତେଲ ବାହାର କରାଯାଏ । ଜିଆଫୁଲକୁ ସ୍ୱତନ୍ତ୍ର ପିତଳ ହାଣ୍ଡିରେ ସିଝାଇ ସେଥିରୁ ବାଷ୍ପୀକରଣ ପ୍ରକିୟା ଅତର ଓ ତେଲ ପ୍ରସ୍ତୁତ କରାଯାଏ । ଏହାର ମୂଲ୍ୟ ଅଧିକ ରହିଥିବା ବେଳେ ଉପକୃତ ହେଉଛନ୍ତି ଚାଷୀ ।