କେତେ ଥର ହୃଦୟ ମୋ ଭାଙ୍ଗିବ କୁହ । ସାମ୍ନାକୁ ଆସିଲେ ଲୋକପ୍ରିୟ ଗାୟକ ରଞ୍ଜନ ଗାଆଣ । କହିଲେ ମୁଁ ଜୀବିତ ଅଛି…

କପି ରାଇଟକୁ ଜାଲିଆତି କରି ମାଲାମାଲ ହୋଇଛନ୍ତି ପବିତ୍ର ଏଣ୍ଟରଟେନମେଣ୍ଟର ମାଲିକ

299

କନକ ବ୍ୟୁରୋ: କେତେ ଥର ହୃଦୟ ମୋ ଭାଙ୍ଗିବ କୁହ । ଓଡିଆ ଆଲବମର ଏହି ବହୁ ଚର୍ଚ୍ଚିତ ଗୀତ ଗାଇଥିବା କଣ୍ଠଶିଳ୍ପୀ ରଞ୍ଜନ ଗାଆଣଙ୍କ ମୃତ୍ୟୁ ହୋଇଥିବା ଖବର ୧୦ ବର୍ଷ ଧରି ଶୁଣିବାକୁ ମିଳୁଥିଲା । ହେଲେ ଆଜି ସାମ୍ନାକୁ ଆସି ନିଜ ଦୁଃଖ ବଖାଣିଛନ୍ତି ରଞ୍ଜନ ଗାଆଣ ।

ଆଜିକୁ ପ୍ରାୟ ୧୦ ବର୍ଷ ତଳେ ଓଡିଆ ଯୁବବର୍ଗଙ୍କ ଭିତରେ ଏହି ଗୀତଟି ବେଶ ଲୋକପ୍ରିୟ ହୋଇପାରିଥିଲା । ଗାୟକଙ୍କ କଣ୍ଠଶ୍ୱର ଏତେ ଚମକ୍ରାର ଥିଲା ଯେ, ପ୍ରତିଟି ହୃଦୟକୁ ଛୁଇଁ ଯାଉଥିଲା । କିନ୍ତୁ ବିଡମ୍ବନା ହେଉଛି ଗୀତଟି ଯେତିକି ଲୋକପ୍ରିୟ ହୋଇପାରିଥିଲା ସେତିକି ପ୍ରସିଦ୍ଧି ପାଇନଥିଲେ ଗୀତର ଗାୟକ ରଞ୍ଜନ ଗାଆଣ । ଏପରିକି ତାଙ୍କୁ ନେଇ ଗୁଜବ ଉଠିଲା । ଦୁଃଖଭରା ଗୀତ ଗାଉଥିବା ରଞ୍ଜନ କାଳେ ପ୍ରେମରେ ବିଫଳ ହୋଇ ଦୁଃଖରେ ଆତ୍ମହତ୍ୟା କରିଛନ୍ତି ବୋଲି ଚର୍ଚ୍ଚା ହେଲା । କିନ୍ତୁ ଏହା ଥିଲା କେବଳ ଗୁଜବ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗାୟକ ରଞ୍ଜନ ଗାଆଣ ଜୀବିତ ଅଛନ୍ତି ବୋଲି ପ୍ରମାଣ ଦେବା ପାଇଁ ତାଙ୍କୁ ୧୦ ବର୍ଷ ଲାଗିଯାଇଛି ।

ରଞ୍ଜନ ଗାଆଣଙ୍କ ଅଭିଯୋଗ ଅନୁସାରେ ସେ ଗାଇଥିବା ଗୀତର ସମସ୍ତ କପିରାଇଟକୁ ଜାଲ କରି ପ୍ରଚାର ପ୍ରସାର କରୁଥିଲେ, ପବିତ୍ର ଏଣ୍ଟରଟେନମେଣ୍ଟର ମୁଖ୍ୟ ପବିତ୍ର ନାୟକ । ଯେଉଁ ଗୀତଗୁଡିକୁ ରଞ୍ଜନ ନିଜେ ଲେଖିବା ସହ ଗାଉଥିଲେ ଓ ସ୍ୱର ସଂଯୋଜନା କରୁଥିଲେ ସେଗୁଡିକୁ ଚଞ୍ଚକତା କରି ନିଜ ନାଁରେ କରାଇ ନେଇଥିଲେ ପବିତ୍ର । ଆଉ ସେଥିରୁ ହେଉଥିବା ଆୟ ଉପରେ କବଜା କରୁଥିଲେ । ନିଜ ଗୀତର କପିରାଇଟ୍ ହାସଲ କରିବାକୁ ରଞ୍ଜନ ଯେଉଁ ନ୍ୟାୟିକ ଲଢେଇ କରୁଥିଲେ ସେଥିରେ ଜିତାପଟ ପାଇଁ ତାଙ୍କୁ ଦୀର୍ଘବର୍ଷ ଲାଗିଛି । ହେଲେ ଆଜି ବି ତାଙ୍କର କଣ୍ଠସ୍ୱର ସେମିତି ହୃଦୟସ୍ପର୍ଷୀ ହୋଇ ରହିଛି । ଅ

ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଛି ରଞ୍ଜନ ନିଜେ ଜୀବିତ ଅଛନ୍ତି ବୋଲି ଥାନାକୁ ଆସି ଗଣମାଧ୍ୟମ ଆଗରେ କହିଛନ୍ତି । ତାଙ୍କୁ ନେଇ ଉଠିଥିବା ଗୁଜବକୁ ଖଣ୍ଡନ କରିବା ସହ କ୍ୟାରିୟରରେ ତାଙ୍କ କଷ୍ଟ ଅର୍ଜିତ ସୁନାମକୁ କିଭଳି ଜାଲିଆତି କରି ପବିତ୍ର ନାୟକ ହଡପ କରିନେଇଛନ୍ତି ତାର ଖୁଲାସା ବି କରିଛନ୍ତି ।