କିଶୋରନଗର ତହସିଲଦାରଙ୍କ ଦବଙ୍ଗଗିରି: ମାସ୍କ ଚେକିଂ ସମୟରେ ଜୋରିମାନା ବଦଳରେ ୨ଜଣ ଚାଷୀଙ୍କୁ କଲେ ଉଠବସ

ତହସିଲଦାରଙ୍କ ସଫେଇ, ସେମିତି କିଛି କରାଯାଇନି

145

କନକ ବ୍ୟୁରୋ:  ଅନୁଗୁଳ ଜିଲ୍ଲା କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁଙ୍କ ଦବଙ୍ଗଗିରି ।  ମାସ୍କ ଚେକିଂ ସମୟରେ  ଧାନବିଲରୁ ଫେରୁଥିବା  ଦୁଇଜଣ ଚାଷୀଙ୍କୁ ପାଂଚଶହ  ଟଙ୍କା ଜୋରିମାନା ବଦଳରେ  ତହସିଲଦାର କାନଧରି ôଉଠବସ  କରିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣା ସିସିଟିଭିରେ କଏଦ ହୋଇଛି ।

ଘଟଣା ଅନୁସାରେ, ଗତକାଲି  ମଧ୍ୟାହ୍ନରେ କିଶୋରନଗର ତହସିଲଦାର କଲେଜଛକ ନିକଟରେ ମାସ୍କ ଚେକିଂ କରୁଥିଲେ । ଏହି ସମୟରେ  କିଶୋରନଗର ଥାନା  ଧଉରାପାଲି  ପଂଚାୟତ ପାଣ୍ଡୁରୀପଥର ଗାଁର ମାଗୁଣି ସାହୁ ଓ  ସୁଶାନ୍ତ ରଣା ଧାନବିଲରୁ ମୋଟର ସାଇକେଲରେ  ଘରକୁ ଫେରୁଥିଲେ ।  ତେବେ ମାସ୍କ ତଳକୁ ଖସିଯିବାରୁ  ଜୋରିମାନା ଦେବାକୁ କହିଥିଲେ ।  ଜୋରିମାନା ନ ଦେଲେ ୧୦ ଥର ଉଠବସ ହେବାକୁ କହିଥିଲେ । ଟଙ୍କା ଦେଇନପାରି  ଏହି ଦୁଇଚାଷୀ ଉଠବସ ହୋଇଥିଲେ ।

ସେପଟେ କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁ କନକ ନ୍ୟୁଜକୁ ସଫେଇ ଦେଇଛନ୍ତି । ସେ କହିଛନ୍ତି, ଚାଷୀଙ୍କୁ ଉଠବସ ହେବାକୁ କୁହାଯାଇନାହିଁ । ସେମାନେ ମଦ୍ୟପ ଅବସ୍ଥାରେ ଥିଲେ ତେଣୁ ସେମାନଙ୍କୁ ଜୋରିମାନା ପାଇଁ କୁହାଯାଇଥିଲା ।

Comments are closed.