କନକ ବ୍ୟୁରୋ: ଅନୁଗୁଳ ଜିଲ୍ଲା କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁଙ୍କ ଦବଙ୍ଗଗିରି । ମାସ୍କ ଚେକିଂ ସମୟରେ ଧାନବିଲରୁ ଫେରୁଥିବା ଦୁଇଜଣ ଚାଷୀଙ୍କୁ ପାଂଚଶହ ଟଙ୍କା ଜୋରିମାନା ବଦଳରେ ତହସିଲଦାର କାନଧରି ôଉଠବସ କରିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣା ସିସିଟିଭିରେ କଏଦ ହୋଇଛି ।
ଘଟଣା ଅନୁସାରେ, ଗତକାଲି ମଧ୍ୟାହ୍ନରେ କିଶୋରନଗର ତହସିଲଦାର କଲେଜଛକ ନିକଟରେ ମାସ୍କ ଚେକିଂ କରୁଥିଲେ । ଏହି ସମୟରେ କିଶୋରନଗର ଥାନା ଧଉରାପାଲି ପଂଚାୟତ ପାଣ୍ଡୁରୀପଥର ଗାଁର ମାଗୁଣି ସାହୁ ଓ ସୁଶାନ୍ତ ରଣା ଧାନବିଲରୁ ମୋଟର ସାଇକେଲରେ ଘରକୁ ଫେରୁଥିଲେ । ତେବେ ମାସ୍କ ତଳକୁ ଖସିଯିବାରୁ ଜୋରିମାନା ଦେବାକୁ କହିଥିଲେ । ଜୋରିମାନା ନ ଦେଲେ ୧୦ ଥର ଉଠବସ ହେବାକୁ କହିଥିଲେ । ଟଙ୍କା ଦେଇନପାରି ଏହି ଦୁଇଚାଷୀ ଉଠବସ ହୋଇଥିଲେ ।
ସେପଟେ କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁ କନକ ନ୍ୟୁଜକୁ ସଫେଇ ଦେଇଛନ୍ତି । ସେ କହିଛନ୍ତି, ଚାଷୀଙ୍କୁ ଉଠବସ ହେବାକୁ କୁହାଯାଇନାହିଁ । ସେମାନେ ମଦ୍ୟପ ଅବସ୍ଥାରେ ଥିଲେ ତେଣୁ ସେମାନଙ୍କୁ ଜୋରିମାନା ପାଇଁ କୁହାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/Screen-Shot-2020-11-08-at-2.22.48-PM.png)