କନକ ବ୍ୟୁରୋ: ଦିବ୍ୟାଙ୍ଗ ହୋଇ ବି ହାର୍ ମାନିନାହାନ୍ତି । ସ୍ୱାଭିମାନର ସହ ବଞ୍ଚି ପରିବାର ଚଳାଉଛନ୍ତି । ନିଜର ଗୋଟିଏ ହାତ ହରାଇଥିଲେ ବି ସେହି ଗୋଟିଏ ହାତରେ ନିଜକୁ ସକ୍ଷମ କରିପାରିଛନ୍ତି । କାଶୀପୁର ପୁକିମସ୍କାର କେଶବ ନାୟକ । ବେଶୀ ପାଠ ପଢିନଥିଲେ ବି ବେଶ ରୋଜଗାରକ୍ଷମ ଥିଲେ । କରାଟେ ପ୍ରତି ଥିଲା ତାଙ୍କର ଅନେକ ଦୁର୍ବଳତା । ଏପରିକି ସେଥିରେ ତାଙ୍କୁ ବ୍ଲାକବେଲଟ ମଧ୍ୟ ମିଳିଥିଲା । ବାହାରକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ ସେ କରାଟେ ପ୍ରତି ଆଗ୍ରହ ବଳାଇଥିଲେ । ପେଟପାଟଣା ପାଇଁ ଅନ୍ୟ ରୋଜଗାର ମଧ୍ୟ କରୁଥିଲେ । ହେଲେ ଏକ ଦୁର୍ଘଟଣାରେ ସେ ନିଜ ହାତ ହରାଇ ବସିଲେ । ଗୋଟିଏ ହାତରେ କିଭଳି ବଞ୍ଚିବେ । ସେବେଠାରୁ ଆରମ୍ଭ ହୋଇଥିଲା ତାଙ୍କ ସଂଘର୍ଷ । କାହା ଆଗରେ ହାତନପାତି ନିଜର ସେହି ଗୋଟିଏ ହାତରେ ରୋଜଗାର କରିବା ଆରମ୍ଭ କଲେ । ପାଖରେ ଥିବା ପଥର ଖାଦାନରୁ ଜୀବନ ସଂଘର୍ଷ ଆରମ୍ଭ ହେଲା ।
ପଥର ଖାଦାନରେ କାମ କରିବା ସହ ମେଟାଲ ଓ ଚିପ୍ସ ନେଇ ଆରମ୍ଭ କଲେ ବ୍ୟବସାୟ । ଏହି ରୋଜଗାର ଅର୍ଥରେ ପରିବାର ପ୍ରତିପୋଷଣ କରୁଛନ୍ତି କେଶବ । ନିଜର ଗୋଟିଏ ହାତ ହରାଇବା ପରେ ନିଜକୁ କେବେ ଅସହାୟ ଭାବିନାହାନ୍ତି । କାହା ଆଗରେ ହାତନପାତି ସେହି ଗୋଟିଏ ହାତରେ ସକ୍ଷମ ହୋଇ ଆଗକୁ ବଢିବାର ସତସାହସ ରଖିପାରିଛନ୍ତି କେଶବ । ହେଲେ ଦିବ୍ୟାଙ୍ଗଙ୍କ ପାଇଁ ରହିଥିବା କିଛି ସହଯୋଗ ତାଙ୍କୁ ମିଳିଲେ ସେ ଉପକୃତ ହୋଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/19-13.jpg)