ଆଇପିଏଲ ଆରମ୍ଭ ପୂର୍ବରୁ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କଲେ କ୍ରିକେଟର କେଶବ ମହାରାଜ । ସୋସିଆଲ ମିଡ଼ିଆରେ ଛୁଟିଲା ପ୍ରଂଶସାର ସୁଅ ।

111

କନକ ବ୍ୟୁରୋ : ଆଇପିଏଲ ପୂର୍ବରୁ ସୋସିଆଲ ମିଡ଼ିଆରେ କ୍ରିକେଟର କେଶବ ମହାରାଜଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁ ଫଟୋରେ କେଶବ ମହାରାଜ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରୁଥିବାର ଦେଖିବାକୁ ମିଳିଛି । ଅଯୋଧ୍ୟା ସ୍ଥିତ ଶ୍ରୀରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଗ୍ରହଣ କରିଥିଲେ କେଶବ । ଏହାପୂର୍ବରୁ ମଧ୍ୟ କେଶବଙ୍କୁ ଅନେକ ସମୟରେ ଭାରତର ବିଭିନ୍ନ ମନ୍ଦିରରେ ଦେଖିବାକୁ ମିଳିଛି । ଭାରତ ଗସ୍ତରେ ଆସିଲେ କେଶବ ମହାରାଜ ବିଭିନ୍ନ ମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ କରିବା ପୂଜାପାଠ କରିଥାନ୍ତି ।

ଦକ୍ଷିଣ ଆଫ୍ରିକାର କ୍ରିକେଟର କେଶବ ମହାରାଜ ଜଣେ ହିନ୍ଦୁ । ଭାରତୀୟ ମୂଳର ହୋଇଥିବା କେଶବ ହିନ୍ଦୁ ଦେବାଦେବୀଙ୍କୁ ପ୍ରବଳ ବିଶ୍ୱାସ କରନ୍ତି । ଗତ ବିଶ୍ୱକପ ସମୟରେ କେଶବଙ୍କ ବ୍ୟାଟରେ ଓଁ ଚିହ୍ନ ଥିବା ଦେଖିବାକୁ ମିଳିଥିଲା । ଏହାଛଡା କ୍ରିକେଟ ମୈଦାନରେ କେଶବଙ୍କ ପାଇଁ ରାମ ସିୟା ରାମ ଗୀତ ମଧ୍ୟ ବାଜିଥାଏ । ଦକ୍ଷିଣ ଆଫ୍ରିକାର ଭରସାଯୋଗ୍ୟ ବୋଲର ଭାବେ ଜଣାଶୁଣା କେଶବ । ଚଳିତ ଆଇପିଏଲରେ କେଶବଙ୍କୁ ପ୍ରଥମଥର ପାଇଁ ଦେଖିବାକୁ ମିଳିବ । ଚଳିତଥର କେଶବଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିବ ।