କନକ ବ୍ୟୁରୋ : ମୋତେ ଗୋଟିଏ ଦିନ ପାଇଁ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ କରିଦିଅ, ମୁଁ ନାୟକ ଫିଲ୍ମର ହିରୋଙ୍କ ଭଳି କାମ କରିବି । ଉତ୍ତରପ୍ରଦେଶର ମହାନ ଦଳର ଅଧ୍ୟକ୍ଷ କେଶବ ଦେବ ମୌର୍ଯ୍ୟଙ୍କ ଏଭଳି ଏକ ବୟାନ ଏବେ ଚର୍ଚ୍ଚାରେ । ଏହାସହ କେଶବ ଉତ୍ତରପ୍ରଦେଶରେ ବିଧାନ ପରିଷଦ ନିର୍ବାଚନରେ ବିଜେପିର ବିଜୟକୁ ନେଇ ପ୍ରଶ୍ନ ଉଠାଇବା ସହ କହିଛନ୍ତି, ବିଧାନ ପରିଷଦ ନିର୍ବାଚନ କ୍ଷମତାରେ ଥିବା ଦଳର ନିର୍ବାଚନ । ଆଜି ଯଦି ସମାଜବାଦୀ ପାର୍ଟି ସରକାରକୁ ଆସେ ତେବେ ନିର୍ବାଚିତ ହୋଇଥିବା ସମସ୍ତ ଲୋକ ଇସ୍ତଫା ଦେବା ସହ ସମାଜବାଦୀ ପାର୍ଟିକୁ ଚାଲି ଆସିବେ ।

Advertisment

କେଶବ ଦେବ ମୌର୍ଯ୍ୟ କହିଛନ୍ତି, ବାସ୍ତବରେ ବିରୋଧୀ ଏହି ନିର୍ବାଚନ ଲଢିବାର ଆବଶ୍ୟକତା ନଥିଲା । ନିର୍ବାଚନ ଆୟୋଗ ଯେତେବେଳେ ବିରୋଧୀଙ୍କ କଥା ଶୁଣୁନାହିଁ ସେତେବେଳେ ନିର୍ବାଚନ ଲଢିବାର ଆବଶ୍ୟକତା ବା କଣ? ବିଜେପି କେବଳ ବେଇମାନ ଉପାୟରେ ନିର୍ବାଚନ ଲଢୁଛି । ବିଧାନସଭା ନିର୍ବାଚନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ।

ଏହାଛଡା ଅଖିଳେଶଙ୍କ ଦାଦା ଶିବପାଲ ସିଂ ଯାଦବ ବିଜେପିରେ ସାମିଲ ହେବା ଚର୍ଚ୍ଚାକୁ ନେଇ କେଶବ ଦେବ ମୌର୍ଯ୍ୟ କହିଛନ୍ତି, ଶିବପାଲ ପୂର୍ବରୁ ଜଣେ ଗୁଣ୍ଡା ଓ ଆଇନକୁ ମାନୁନଥିବା ବ୍ୟକ୍ତି ଥିଲେ । ଶିବପାଲଙ୍କ ସମ୍ପର୍କ ପୂର୍ବରୁ ବିଜେପି ଓ ଆରଏସଏସ ସହ ରହିଛି । ଶିବପାଲଙ୍କ ପାଇଁ ସମାଜବାଦୀ ପାର୍ଟିକୁ କ୍ଷତି ସହିବାକୁ ପଡୁଛି । ଅନ୍ୟପଟେ ଆଜମ ଖାନ୍ ଦଳ ଛାଡିବା ପ୍ରସଙ୍ଗରେ କେଶବ କହିଛନ୍ତି, ଅଖିଳେଶଙ୍କ ସହ ଆଜମଙ୍କ ସମ୍ପର୍କ ବେଶ ଭଲ । ତେଣୁ ଏଭଳି ଚର୍ଚ୍ଚାରେ କୌଣସି ସତ୍ୟତା ନାହିଁ ।