ରିଲିଜ୍ ହେଲା ସିନେମା କେଶରୀ ! ହୋଲି ଅବସରରେ ପ୍ରେକ୍ଷାଳୟକୁ ଆସିଲା ବହୁଚର୍ଚ୍ଚିତ ସିନେମା “କେଶରୀ” ।

175

ଖିଲାଡି ଷ୍ଟାର ଅକ୍ଷୟ କୁମାର ହୋଲି ଅବସରରେ ନିଜର ଫ୍ୟାନ ମାନଙ୍କ ପାଇଁ ଏକ ଭେଟି ନେଇ ଆସିଛନ୍ତି । ଆଜି ତାଙ୍କର ଚର୍ଚ୍ଚିତ ସିନେମା କେଶରୀ ରିଲିଜ୍ ହୋଇଯାଇଛି । ଏହାର କାହାଣୀ ୧୮୯୭ ସାରାଗଢୀ ଯୁଦ୍ଧ ଉପରେ ପର୍ଯ୍ୟବେସିତ । ଇଂରେଜ ଏବଂ ଅଫଗାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର କାହାଣୀକୁ ଏହି ସିନେମାରେ ଜୀବନ୍ତ ରୁପ ଦେଇଛନ୍ତି ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରା । ନିର୍ଦ୍ଧେଶନା ଦାୟିତ୍ୱରେ ଅନୁରାଗ ସିଂହ ରହିଛନ୍ତି । ଫିଲ୍ମଟିକୁ ଆଜି ରିଲିଜ୍ କରାଯାଇଛି । ବିଭିନ୍ନ ପ୍ରେକ୍ଷାଳୟରେ କେଶରୀକୁ ରିଲିଜ୍ କରାଯାଇଛି ।