କେରଳର ବାସିନ୍ଦା ପାମିଲା କୃଷ୍ଣନ ଗତ ୧୩ ବର୍ଷ ଧରି ୟୁଏଇର ଏକ କମ୍ପାନୀରେ କ୍ଲିନର୍ ଭାବରେ କାର୍ଯ୍ୟ କରିଆସୁଛନ୍ତି । ଏମିରେଟ୍ସ ଲେବର ମାର୍କେଟ ପୁରସ୍କାର ବିତରଣ ଉତ୍ସବରେ ପାମେଲାଙ୍କୁ ଅନ୍ୟ ବୃତ୍ତିଗତ ବର୍ଗରେ ବିଶିଷ୍ଟ କାର୍ଯ୍ୟ ପାଇଁ ୨୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

Advertisment

କେରଳର ପାଲକ୍କଡ ଜିଲ୍ଲାର ବାସିନ୍ଦା ପାମିଲା ଗତ ୧୩ ବର୍ଷ ଧରି ଏକ କମ୍ପାନୀରେ କ୍ଲିନର୍ ଭାବରେ କାର୍ଯ୍ୟ କରିଆସୁଛନ୍ତି । ତାଙ୍କର ବିଶିଷ୍ଟ ସେବାପାଇଁ ତାଙ୍କୁ ଏମିରେଟ୍ସ ଲେବର ମାର୍କେଟ ପୁରସ୍କାରରେ ଏକ ଲକ୍ଷ ଦିରହମ୍ ଅର୍ଥାତ୍ ୨୨ ଲକ୍ଷ ଭାରତୀୟ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଛି । ଅନ୍ୟ ବ୍ୟବସାୟ ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପାମିଲାଙ୍କୁ ପ୍ରଥମ ଏମିରେଟ୍ସ ଲେବର ମାର୍କେଟ ପୁରସ୍କାର ଅଧୀନରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଏକ ଲକ୍ଷ ଦିରହମ ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୨୨ ଲକ୍ଷ ତାଙ୍କ ପୁରସ୍କାର ପାଇବା ପରେ ପାମିଲା କହିଛନ୍ତି ଯେ ସେ ଏବେ ବି ଆଶ୍ଚର୍ଯ୍ୟ ଚକିତ ଅଛନ୍ତି । ଏହି ପୁରସ୍କାର ପାଇ ମୁଁ  ଆଶ୍ଚର୍ଯ୍ୟ ହୋଇଛି, ମୁଁ ଏବେ ବି ଭାବୁଛି ଏହା ସ୍ୱପ୍ନ ବୋଲି । ଯେତେବେଳେ ମୁଁ ମୋର ଟ୍ରଫି ଆଣିବାକୁ କରିବାକୁ ଗଲି, ବିଶିଷ୍ଟ ଅତିଥି ଏବଂ ସରକାରୀ କର୍ମଚାରୀଙ୍କ ସାମନାରେ  ମୋତେ ଆଶ୍ଚର୍ଯ୍ୟ ଲାଗିଲା କିନ୍ତୁ ଏହା ସମ୍ପୂର୍ଣ ବାସ୍ତବ ।   ମୁଁ ଏଥିପାଇଁ ବହୁତ ଖୁସି ଅନୁଭବ କରୁଛି । ତଥାପି ମୋତେ ଲାଗୁଛି ଯେ ମୁଁ ସ୍ୱପ୍ନ ଦେଖୁଛି ।

କେରଳର ବାସିନ୍ଦା

ପାମିଲା ୫୧ ବର୍ଷିୟ ପାମିଲା କେରଳର ବାସିନ୍ଦା ଅଟନ୍ତି ଏବଂ ସେ କେବଳ ମାଲାୟାଲମ୍ କହିପାରନ୍ତି । ପାମିଲା ଗତ ୧୩ ବର୍ଷ ଧରି କାନାଡିୟ ମେଡିକାଲ ସେଣ୍ଟରରେ କ୍ଲିନର୍ ଭାବରେ କାର୍ଯ୍ୟ କରିଆସୁଛନ୍ତି । ପାମିଲା ଅନ୍ୟ ବୃତ୍ତିଗତ ବର୍ଗରେ ପ୍ରଥମେ ହୋଇଛନ୍ତି । ପୁରସ୍କାର ସ୍ଵରୂପ ପାମିଲାଙ୍କୁ ଏକ ଲକ୍ଷ ଦିରହମ୍, ଟ୍ରଫି ଏବଂ ପ୍ରମାଣପତ୍ର ଦିଆଯାଇଛି । ଟ୍ରଫି ଜିତିବା ପରେ ପାମିଲା କହିଛନ୍ତି, "ଏହି କମ୍ପାନୀରେ କାମ କରିବା ସମୟରେ ମୁଁ ଅନେକ ପୁରସ୍କାର ଜିତିଛି, କିନ୍ତୁ ପ୍ରଥମ ଥର ପାଇଁ ମୁଁ ଅନ୍ୟ କୌଣସି ବାହାର ସଂସ୍ଥାରୁ ପୁରସ୍କାର ପାଇଛି ।  ପାମିଲାର ସହକର୍ମୀ ଶ୍ରୀଜା କୁହନ୍ତି ‘ ସେ ଯେତେବେଳେ ପୁରସ୍କାର ଆଣିବାକୁ ଗଲେ ଆମେ ବହୁତ ଡରିକି ଥିଲୁ କାରଣ ସେ ବହୁତ ଭୟଭୀତ ଥିଲେ । କିନ୍ତୁ ପରେ ସବୁ ଠିକ ହେଇଗଲା ଏବଂ ସେ ମଞ୍ଚରୁ ଠିକ ଭାବରେ ପୁରସ୍କାର ଗ୍ରହଣ କରି ଆସିଥିଲେ । ଏହି ପୁରସ୍କାର ଆମ ପାଇଁ କୌଣସି ଓସ୍କାରଠୁ କମ ନୁହେଁ ।

କଣ ପାଇଁ ପାମିଲା ଏହି ପୁରସ୍କାର ପାଇଲେ ? 

ପାମିଲାର ସହକର୍ମୀ ଶ୍ରୀଜାଙ୍କୁ ଯେତେବେଳେ ଏ ପୁରସ୍କାର ଚୟନ ବାବଦରେ ପଚରାଗଲା ଯେ ‘ ଏ ପୁରସ୍କାର ପାଇଁ କାହିଁକି ପାମିଲାଙ୍କୁ ଚୟନ କରାଗଲା” , ଉତ୍ତରରେ ସେ କହିଛନ୍ତି ‘ଏହି ପୁରସ୍କାର ପାମିଲାଙ୍କ ଉତ୍ସର୍ଗୀକୃତ ମନୋଭାବ ଏବଂ କାର୍ଯ୍ୟ ପ୍ରତି ତାଙ୍କର କଠିନ ପରିଶ୍ରମର ଫଳ । ସେ ଗତ ୧୩ ବର୍ଷ ଧରି ଏହି କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ମୁଁ ବିଗତ ୫ ବର୍ଷ ଧରି ଏ କମ୍ପାନୀରେ କାମ କରିଆସୁଛି । ସବୁ ପରିସ୍ଥିତିରେ ସେ ହସ ହସ ମୁହଁରେ ନିଜର କର୍ତବ୍ୟ ସମ୍ପାଦନା କରି ଆସିଛନ୍ତି । ‘