ବଦଳିବ କେରଳର ନାଁ, କେରଳ ବଦଳରେ ହେବ କେରଳମ୍ । ବିଧାନସଭାରେ ପ୍ରସ୍ତାବ ପାରିତ ।

198

କନକ ବ୍ୟୁରୋ: ବଦଳିବ କେରଳର ନାଁ । କେରଳ ବଦଳରେ ହେବ କେରଳମ । ଏନେଇ କେରଳ ବିଧାନସଭାରେ ସର୍ବସମ୍ମତିରେ ଏକ ପ୍ରସ୍ତାବ ପାରିତ ହୋଇଛି । ଏଥିରେ କେନ୍ଦ୍ର ନିକଟରେ ଆନୁଷ୍ଠାନିକ ଭାବେ ରାଜ୍ୟର ନାଁ ବଦଳାଇ କେରଳମ କରିବା ପାଇଁ ଆଗ୍ରହ କରାଯାଇଛି । ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ବିଧାନସଭାରେ ପ୍ରସ୍ତାବକୁ ଉପସ୍ଥାପନ କରିଥିଲେ । ସେ କେନ୍ଦ୍ର ନିକଟରେ ଦେଶର ସାମ୍ବିଧାନର ଅଷ୍ଠମ ଅନୁସୂଚୀରେ ସାମିଲ ସମସ୍ତ ଭାଷାରେ ଦକ୍ଷିଣ ରାଜ୍ୟର ନାମ କେରଳରୁ କେରଳମ କରିବା ପାଇଁ ଦାବି କରିଛନ୍ତି । ଏହା ଦ୍ୱିତୀୟ ଥର ପାଇଁ ବିଧାନସଭାରେ ରାଜ୍ୟର ନାଁ ପରିବର୍ତ୍ତନ ପାଇଁ ପ୍ରସ୍ତାବ ପାରିତ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରଥମ ପ୍ରସ୍ତାବର ସମୀକ୍ଷା କରିଥିଲା ଏବଂ କିଛି ବୈଷୟିକ ପରିବର୍ତନ ପାଇଁ ପରାମର୍ଶ ଦେଇଥିଲା ।