କେରଳର ବରିଷ୍ଠ ମହିଳା ପୋଲିସ୍ ଅଧିକାରୀଙ୍କ ପ୍ରଶଂସନୀୟ କାମ ! କର୍କଟ ରୋଗୀଙ୍କ ପାଇଁ ଲଣ୍ଡା ହେଲେ ଅଫିସର୍

କେରଳର ବରିଷ୍ଠ ମହିଳା ପୋଲିସ୍ ଅଧିକାରୀଙ୍କ ପ୍ରଶଂସନୀୟ କାମ ! କର୍କଟ ରୋଗୀଙ୍କ ପାଇଁ ଲଣ୍ଡା ହେଲେ ଅଫିସର୍

କେରଳର ବରିଷ୍ଠ ପୁଲିସ୍ ଅଧିକାରୀ ଅପର୍ଣ୍ଣା ଲାବାକୁମାର ନିଜର ସେବାମୂଳକ କାର୍ଯ୍ୟ ପାଇଁ ପ୍ରଶଂସାର ପାତ୍ରୀ ହୋଇଛନ୍ତି। କ୍ୟାନ୍ସର ରୋଗୀଙ୍କ ନିମନ୍ତେ ପ୍ରସ୍ତୁତ ହେଉଥିବା ଉଇଗ୍ ପାଇଁ ସେ ତାଙ୍କର କେଶ ଦାନ କରିଛନ୍ତି। ଥ୍ରିସୁର ଜିଲ୍ଲାରେ କାର୍ୟ୍ୟରତ ଏହି ପୁଲିସ୍ ଅଧିକାରୀଙ୍କ ଏଭଳି ନିଆରା ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

publive-image

ଅପର୍ଣ୍ଣା ତାଙ୍କର ଦୀର୍ଘ କେଶକୁ କ୍ୟାନ୍ସର ରୋଗୀଙ୍କ ଉଇଗ୍ ପ୍ରସ୍ତୁତି ନିମେନ୍ତ ଦାନ କରିଛନ୍ତି। ଅପର୍ଣ୍ଣା କୁହନ୍ତି, ସେ ଏମିତି କିଛି ବଡ଼ କାମ କରି ନାହାନ୍ତି। ବର୍ଷେ ପରେ ତାଙ୍କ ଲଣ୍ଡିତ ମସ୍ତକ କେଶରେ ଭରିଯିବ। ମାତ୍ର, ଯେଉଁମାନେ ଅଙ୍ଗଦାନ କରୁଛନ୍ତି, ସେମାନେ ହିଁ ପ୍ରକୃତ ହିରୋ। ସେ ନିୟମିତ ବ୍ୟବଧାନରେ ତାଙ୍କର ଦୀର୍ଘ କେଶ ଦାନ କରନ୍ତି। ଅପର୍ଣ୍ଣା ଅଳ୍ପ ବୟସରୁ ବିଧବା ହୋଇଯିବା ପରେ ସମାଜସେବା ପ୍ରତି ଆଗ୍ରହୀ ହୋଇଥିଲେ। ଏହାପୂର୍ବରୁ ସେ ଜଣେ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ବାବଦରେ ନିଜର ସୁନା ଗହଣା ବିକ୍ରି କରି ୬୦ ହଜାର ଟଙ୍କା ହସ୍ପିଟାଲରେ ଜମା କରିଥିଲେ। ଏହାପରେ ସମ୍ପୃକ୍ତ ରୋଗୀ ହସ୍ପିଟାଲରୁ ମୁକୁଳିଥିଲେ। ଅପର୍ଣ୍ଣାଙ୍କ ଏ ସେବା ମନୋଭାବକୁ ତାଙ୍କ ସହକର୍ମୀମାନେ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe