କରୋନା ତୁ କିଛି କରିପାରିବୁନି । ମହାମାରୀ ସାମ୍ନାରେ ମୁଣ୍ଡ ନୁଆଁଇଲେନି, ପଜିଟିଭ ହୋଇ ବି ପରୀକ୍ଷା ଦେଲେ । ଆମ୍ବୁଲାନ୍ସ ଭିତରୁ ଆସିଲା କରୋନାକୁ ଚ୍ୟାଲେଞ୍ଜ ଦେଉଥିବାର କାହାଣୀ…

802

କନକ ବ୍ୟୁରୋ: ହାର ମାନିଲା କରୋନା, ମୁଣ୍ଡ ନୁଆଁଇଲା ମହାମାରୀ । ଦୃଢ ଇଚ୍ଛା ଶକ୍ତି ଆଗରେ ଭାଙ୍ଗିଗଲା ଭୂତାଣୁର ଦୁର୍ଗ । କରୋନା ପଜିଟିଭ ହୋଇ ବି ପଛକୁ ହଟିଲେନି, ହାର ମାନିଲେନି । ପରୀକ୍ଷା କେନ୍ଦ୍ର ନୁହେଁ ବରଂ ଆମ୍ବୁଲାନ୍ସରେ ପରୀକ୍ଷା ଦେଲେ ଯୁବତୀ । ସଂକ୍ରମିତ ହୋଇ ବି ନିଆରା ଉପାୟରେ ପରୀକ୍ଷା ଦେଇ ସବୁଆଡୁ ସାବାସୀ ପାଇଛନ୍ତି କେରଳର ଯୁବତୀ ।

କୁହାଯାଏ କୌଣସି କାମ କରିବାକୁ ହେଲେ ମନରେ ଆତ୍ମବିଶ୍ବାସ ରହିବା ନିହାନ୍ତି ଆବଶ୍ୟକ। ନିଜ ଉପରେ ଦୃଢ଼ ବିଶ୍ବାସ ରଖି କାମ କଲେ ଆପଣ ଲକ୍ଷ୍ୟସ୍ଥଳରେ ନିଶ୍ଚୟ ପହଞ୍ଚି ପାରିବେ। କୁହାଯାଏ ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି କେରଳର ତିରୁଅନନ୍ତପୁରମରେ ବାସବାସ କରୁଥିବା ଗୋପିକା ଗୋପନ ନାମକ ଜଣେ ଛାତ୍ରୀ ।

ଅନେକ ଦିନରୁ ଲୋକ ସେବା ଆୟୋଛଗ ପରୀକ୍ଷା ପାଇଁ ଗୋପିକା ପ୍ରସ୍ତୁତ ହେଉଥିଲେ। ଆସିଷ୍ଟାଣ୍ଟ ପ୍ରୋଫେସର ପଦ ପାଇଁ ସେ ଏହି ପ୍ରସ୍ତୁତି କରୁଥିବା ଜଣାପଡ଼ିଛି । ତେବେ ଗତ ସୋମବାର ଗୋପିକାଙ୍କର ପରୀକ୍ଷା ଥିଲା। ମାତ୍ର ଦୁର୍ଭାଗ୍ୟବଶତଃ ହଠାତ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା। ଆଉ ଡାକ୍ତରଖାନା ଯାଇ ସେ କରୋନା ପରୀକ୍ଷା କରାଇବା ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

ତେବେ ଭୂତାଣୁକୁ ନେଇ ସବୁଠି ଭୟର ବାତାବରଣ ଖେଳିଯାଇଥିବା ବେଳେ
କରୋନା ମହାମାରୀକୁ ନେଇ ଲୋକଙ୍କ ମନରେ ଭୟ ରହିଛି। ଯେଉଁ ବ୍ୟକ୍ତିଙ୍କର ବି କରୋନା ପଜିଟିଭ ବାହାରୁଛି ସେମାନେ ଭୟଭୀତ ହୋଇପଡ଼ୁଛନ୍ତି। କିନ୍ତୁ ଗୋପିକା କରୋନା ପଜିଟିଭ ଥିବା ଜାଣି ବି ତାଙ୍କ ମନରେ କୌଣସି ପ୍ରକାର ଭୟ ନଥିଲା। ସ୍ବାସ୍ଥ୍ୟ ଖରାପ ସହିତ ପରୀକ୍ଷା ଥିବାରୁ ସେ ହାର ମାନ ନଥିଲେ। ମନକୁ ଦୃଢ଼ କରି ଆମ୍ବୁଲାନ୍ସ ଭିତରେ ପରୀକ୍ଷା ଦେବାକୁ ସ୍ଥିର କରିଥିଲେ।

ସ୍ବାସ୍ଥ୍ୟ ଖରାପ ସ‌ତ୍ତ୍ବେ ଗୋପିକାଙ୍କ ପରୀକ୍ଷା ଦେବା ପ୍ରତି ମନରେ ଥିବା ଏଭଳି ଦୃଢ଼ତାକୁ ଦେଖି ତିରୁଅନନ୍ତପୁରମର କଂଗ୍ରେସ ସାଂସଦ ଶଶି ଥରୁର ପ୍ରଶଂସା କରିବା ସହିତ ତାଙ୍କ କାହାଣୀକୁ ଟୁଇଟରରେ ସେୟାର କରିଛନ୍ତି। ଆଉ ତାପରେ ଗୋପିକାଙ୍କୁ ସବୁଆଡୁ ପ୍ରଶଂସା ମିଳୁଛି । ସତରେ ଭୂତାଣୁକୁ ଭୟ କଲେ ଭାଇରସ ଅଧିକରୁ ଅଧିକ ଡରାଇବ ମାତ୍ର ଗୋପିକାଙ୍କ ପରି ସାହସ ବାନ୍ଧିଲେ ସଂକ୍ରମଣ ଚେନ୍ ଭାଙ୍ଗିଯିବ ।