କନକ ବ୍ୟୁରୋ: କେରଳର ୯ଟି ବିଶ୍ୱବିଦ୍ୟାଳୟର କୂଳପତିଙ୍କୁ ଇସ୍ତଫା ଦେବା ପାଇଁ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ଆଦେଶକୁ ବିରୋଧ କରି ନ୍ୟାୟାଳୟରେ ପହଞ୍ଚିଲା ମାମଲା । ସମସ୍ତ ୯ କୂଳପତି କେରଳ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ଆଉ କିଛି ସମୟ ପରେ ଏହା ଉପରେ କୋର୍ଟ ଶୁଣାଣି କରିବେ । କୋର୍ଟ ଏଥିପାଇଁ ସ୍ୱତନ୍ତ୍ର ଭାବେ ଶୁଣାଣି କରିବେ । ସୁପ୍ରିମକୋର୍ଟର ଗୋଟିଏ ନିଷ୍ପତ୍ତିକୁ ନେଇ କେରଳ ରାଜ୍ୟପାଳ ୯ ବିଶ୍ୱବିଦ୍ୟାଳୟର କୂଳପତିଙ୍କୁ ସୋମବାର ସୁଦ୍ଧା ଇସ୍ତଫା ଦେବା ପାଇଁ କହିଥିଲେ । ରାଜ୍ୟପାଳଙ୍କ ଏହି ନିର୍ଦ୍ଦେଶ ପରେ କେରଳରେ ରାଜନୈତିକ ମାହୋଲ ପୁଣି ସରଗରମ ହୋଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us