ରାଷ୍ଟ୍ରପତିଙ୍କ ବିରୋଧରେ ଅଭିଯୋଗ ନେଇ ସୁପ୍ରିମକୋର୍ଟ ପହଂଚିଲେ କେରଳ ସରକାର । କେନ୍ଦ୍ର ସରକାର, ରାଷ୍ଟ୍ରପତିଙ୍କ ସଚିବ ସମେତ ୪ ଜଣଙ୍କ ନାମରେ ଅଭିଯୋଗ
କନକ ବ୍ୟୁରୋ : କେରଳ ସରକାର ରାଷ୍ଟ୍ରପତିଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଏହି ଆବେଦନରେ କୁହାଯାଇଛି କି, ରାଷ୍ଟ୍ରପତି ଦୀର୍ଘଦିନ ହେବ ତାଙ୍କ ନିକଟରେ ପଡି ରହିଥିବା ୪ଟି ବିଲକୁ ମଞ୍ଜୁରୀ ଦେଉନାହାଁନ୍ତି । ଏହି ବିଧେୟକଗୁଡିକୁ ରାଜ୍ୟ ବିଧାନସଭାରେ ପାରିତ କରାଯାଇଛି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
କେରଳ ସରକାର ତାଙ୍କ ଅଭିଯୋଗରେ ଯେଉଁ ୪ଟି ବିଧେୟକ ବାବଦରେ ଅଭିଯୋଗ କରିଛନ୍ତି ତାହା ମଧ୍ୟରେ ରହିଛି, ବିଶ୍ୱବିଦ୍ୟାଳୟ ଆଇନ, କୋ-ଅପରେଟିଭ ସୋସାଇଟି ସଂଶୋଧନ ଆଇନ । କେରଳ ସରକାର ଏହା ବି କହିଛନ୍ତି କି ବିନା କୌଣସି କାରଣରେ ରାଷ୍ଟ୍ରପତି ଏହି ବିଲଗୁଡିକ ଅସାମ୍ବିଧାନିକ କରିଦେଇଛନ୍ତି ।
କେରଳ ସରକାର ଏହି ମାମଲାରେ କେନ୍ଦ୍ର ସରକାର, ରାଷ୍ଟ୍ରପତିଙ୍କ ସଚିବ, କେରଳର ରାଜ୍ୟପାଳ ଓ ତାଙ୍କ ସଚିବଙ୍କୁ ଅଭିଯୁକ୍ତ କରିଛନ୍ତି । କେରଳ ସରକାରଙ୍କ ଆବେଦନ ମୁତାବକ ଏହି ବିଧେୟକଗୁଡିକ ସମ୍ପୂର୍ଣ୍ଣ ଭାବେ କେରଳ ରାଜ୍ୟର ଅଧିକାର କ୍ଷେତ୍ରରେ ଅଟେ । ରାଷ୍ଟ୍ରପତି ଏହି ବିଧେୟକଗୁଡିକୁ ବିନା କାରଣରେ ଅସାମ୍ବିଧାନିକ ବୋଲି କହିବା ଆର୍ଟିକିଲ ୧୪ର ଉଲଂଘନ ବୋଲି କେରଳ ସରକାର ଅଭିଯୋଗ କରିଛନ୍ତି ।