କେରଳରୁ ଆସିଲା ଆଶ୍ଚର୍ଯ୍ୟଜନକ ଦୃଶ୍ୟ। ପୁରୁଷ ବି କରିପାରେ ଗର୍ଭଧାରଣ।

4,795

କନକ ବ୍ୟୁରୋ: ଝିଅରୁ ପୁରୁଷ ହୋଇଥିବା କେରଳର କିନ୍ନର ହେଲେ ଗର୍ଭବତୀ । କିନ୍ନର ଯୋଡି ଜହାଦ ଓ ଜିୟାଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଦୁହେଁ ନିଜର ଏହି ଖୁସି ଖବର ସୋସିଆଲ ମିଡିଆ ଜରିଆରେ ସେୟାର କରିଛନ୍ତି । ଜହାଦ ୮ମାସର ଗର୍ଭଧାରଣ କରିବା କଥା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜହାଦ ଜଣେ ଯୁବତୀ ଥିଲେ ଏବଂ ସେ ଅସ୍ତ୍ରୋପଚାର କରି ମହିଳାରୁ ପୁରୁଷ ହୋଇଥିଲେ । ସେହିପରି ଜିୟା ଜଣେ ପୁରୁଷ ଥିଲେ । ପେଶାରେ ସେ ଡ୍ୟାନ୍ସର ଥିଲେ । ଜିୟା ମଧ୍ୟ ଅସ୍ତ୍ରୋପଚାର କରି ମହିଳା କିନ୍ନର ହୋଇଥିଲେ । ଉଭୟ ଜିୟା ଓ ଜହାଦ ୩ ବର୍ଷ ହେବ ଏକାଠି ରହୁଛନ୍ତି । ଆଉ ଏବେ ଜହାଦ ପ୍ରେଗନାଣ୍ଟ ଅଛନ୍ତି ।

ଜାତୀୟ ଗଣମାଧ୍ୟମକୁ ଏକ ଇଂଟରଭ୍ୟୁ ଦେବା ସମୟରେ ଜିୟା କହିଛନ୍ତି – ‘ଆମେ ଅନେକ ଦିନରୁ ପୋଷ୍ୟ ସନ୍ତାନ ଗ୍ରହଣ କରିବା କଥା ଚିନ୍ତା କରୁଥିଲୁ । ହେଲେ ପରେ ବିଦେଶରେ କିଭଳି କିନ୍ନର ଗର୍ଭଧାରଣ କରୁଛନ୍ତି ସେ ବିଷୟରେ ଅଧ୍ୟୟନ କଲୁ । ଏବେ ଆମ ଜୀବନରେ ବି ସନ୍ତାନ ସୁଖ ଖୁବ ଶୀଘ୍ର ଆସିବାକୁ ଯାଉଛି’, ସାଧାରଣ କିନ୍ନରଙ୍କ ଜୀବନଶୈଳୀ ଠାରୁ କିଛି ଭିନ୍ନ କରିବା ପାଇଁ ଜିୟା ଓ ଜାହାଦ ଏଭଳି ପ୍ରୟାସ କରିଛନ୍ତି । ସମାଜ ଓ ପରମ୍ପରା ଠାରୁ ଭିନ୍ନ ଦୁହିଁଙ୍କ ପ୍ରେମ କାହାଣୀ । ସେମାନଙ୍କ ପ୍ରେମକୁ ଯେପରି ଭଗବାନଙ୍କ ଆଶୀର୍ବାଦ ମିଳିଛି ।