କନକ ବ୍ୟୁରୋ : ଟ୍ରେନ ଭିତରେ ସହଯାତ୍ରୀଙ୍କ ସହ ଯାତ୍ରା କରୁ କରୁ ଏହି ବ୍ୟକ୍ତିଜଣକ ଏଭଳି କିଛି କାଣ୍ଡ କରିଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି ନିରୀହ ଚେହେରା ପଛରେ ଯେ ଜଣେ ସଇତାନର ଦିମାଗ ଥିବ ସେକଥା କେହିବି କଳ୍ପନାରେ ଚିନ୍ତା କରିପାରୁନଥିବେ । ଏହି ଅଭିଯୁକ୍ତର ନାଁ ଶାହାରୁଖ ସୈଫୀ । ମହାରାଷ୍ଟ୍ର ଏଟିଏସ ଓ କେନ୍ଦ୍ରିୟ ଯାଂଚ ଏଜେନ୍ସି ମିଳିତଟିମ ମହାରାଷ୍ଟ୍ର ରତ୍ନଗୀରିରୁ ମାଷ୍ଟରମାଇଣ୍ଡ ଶାହାରୁଖକୁ ଗିରଫ କରିଛନ୍ତି । ସୂଚନା ଅନୁସାରେ କେରଳରେ ଅଗ୍ନିକାଣ୍ଡ ଘଟାଇ ଅଭିଯୁକ୍ତ ପ୍ରଥମେ ଉତରପ୍ରଦେଶ ଓ ପରେ ମହାରାଷ୍ଟ୍ରରେ ପହଁଚିଥିଲା । ଏଠାରେ ସେ ଚିକିତ୍ସା ପାଇଁ ରତ୍ନଗୀରି ହସପିଟାଲ ଯାଇଥିଲା । ଅଭିଯୁକ୍ତ ଧରିବା ପାଇଁ ଜାଲ ବିଛାଯାଇଥିଲା ପୋଲିସ ଓ ଏଠାରେ ତାକୁ ଗିରଫ କରାଯାଇଛି । କେରଳ ପୁଲିସ ଘଟଣା ବାବଦରେ ବିସ୍ତୁତ ସୂଚନା ଦେଇଛି ।

Advertisment

ତଦନ୍ତରୁ ଜଣାପଡିଛି ଟ୍ରେନରେ ନିଆଁ ଲଗାଇବା ପରେ ଅଭିଯୁକ୍ତ ଡେଇଁ ସେଠାରୁ ଫେରାର ହୋଇଥିଲା । ତେବେ ଟ୍ରେନ ଟ୍ରାକରେ ତାର ବ୍ୟାଗ ରହିଯାଇଥିଲା । ଏହାକୁ ଜବତ କରି ପୁଲିସ ଅଭିଯୁକ୍ତର ସୁରାକ ପାଇବା ପରେ ଜୋରଦାର ତନଘନା ଆରମ୍ଭ କରିଥିଲା । ଘଟଣାର ୩ଦିନ ପରେ ଶାହାରୁଖକୁ ଧରିବା ପାଇଁ ସଫଳ ହୋଇଛି ପୁଲିସ । ଦିଲ୍ଲୀ ସାହିନବାଗରେ ଏବେ ପହଁଚିଛି ଏଟିଏସ ଟିମ । ଏଠାରେ ଶାହାରୁଖର ଘର ରହିଛି ଓ ସେ ଦିନ ମଜୁରିଆଭାବେ କାମ କରୁଥିଲା । ସେପଟେ ପୁଲିସ, ମହାରାଷ୍ଟ୍ର ଏଟିଏସ ଓ କେନ୍ଦ୍ରିୟ ତଦନ୍ତକାରୀ ଟିମକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

କେରଳରୁ ଆସିଥିବା ଏହି ଘଟଣା ସାରା ଦେଶରେ ହଇଚଇ ଖେଳାଇ ଦେଇଛି । ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯ଜଣ ଆହତ ହୋଇଛନ୍ତି ରବିବାର କେରଳ କୋଝିକୋଡ ଜିଲ୍ଲାରେ ଅଲପୁଝା ରୁ କନ୍ନୁର ଯାଉଥିବା ପ୍ୟାସେଜଂର ଟ୍ରେନ୍ରେ ନିଆଁ ଲଗାଯିବା ଘଟଣା ସାମ୍ନାକୁ ଆସିଥିଲା । ପ୍ରତକ୍ଷଦର୍ଶୀଙ୍କ କହିବା ଅନୁସାରେ ଅଭିଯୁକ୍ତ ହଠାତ୍ ଆସି ନିଜ ବ୍ୟାଗ୍ରୁ ଏକ ବୋତଲ କାଢି ଲୋକଙ୍କ ଉପରେ ଫିଙ୍ଗିଥିଲା । କେହି କିଛି ବୁଝିବା ଆଗରୁ ନିଆଁ ଲଗାଇ ସାରିଥିଲା ଅଭିଯୁକ୍ତ ।ତେବେ ଏହା ପଛରେ ପ୍ରକୃତରେ ରାଗ ହିଁ କାରଣ ନା ଆଉ କିଛି ଏହା ଆଗାମୀ ତଦନ୍ତରେ ଜଣାପଡିବ ।