କନକ ବ୍ୟୁରୋ : ବ୍ରିଟେନରେ ଭାରତୀୟଙ୍କ ଉପରେ ଆକ୍ରମଣ ଥମିବାର ନାଁ ନେଉନି । ଗତ ୪ଦିନ ମଧ୍ୟରେ ବ୍ରିଟେନରେ ୩ଜଣ ଭାରତୀୟଙ୍କୁ ହତ୍ୟା କରାଗଲାଣି । ଶୁକ୍ରବାର ଦିନ କେରଳର ଜଣେ ଯୁବକଙ୍କୁ ଛୁରିରେ ଆକ୍ରମଣ କରି ହତ୍ୟା କରାଯାଇଛି । ମେଟ୍ରୋପଲିଟନ ପୋଲିସ ତରଫରୁ ଶନିବାର ଦିନ କେରଳର ଅରବିନ୍ଦ ଶଶିକୁମାର ନାମକ ଜଣେ ୨୫ ବର୍ଷିୟ ଯୁବକଙ୍କୁ ହତ୍ୟା କରିଥିବା ସଲମାନ ସଲିମକୁ ଗିରଫ କରିଛି ।

Advertisment

ଏକ ଜାତୀୟ ଗଣମାଧ୍ୟମ ମୁତାବକ ଅରବିନ୍ଦ ଶଶିକୁମାର ଓ ସଲମାନ ସଲିବ ବ୍ରିଟେନର ସାଉଥୱେଷ୍ଟନ ଠାରେ ଗୋଟିଏ ରୁମରେ ରହୁଥିଲେ । ଶୁକ୍ରବାର ରାତି ୧ଟାରେ ଅରବିନ୍ଦଙ୍କୁ ସଲମାନ କୌଣସି କାରଣରୁ ଛୁରିରେ ଆକ୍ରମଣ କରି ହତ୍ୟା କରିଥିଲା । ଏନେଇ ପୋଲିସ ସୂଚନା ପାଇବା ପରେ ଅଭିଯୁକ୍ତ ସଲମାନ ସମେତ ସେହି ରୁମରେ ଥିବା ଅନ୍ୟ ଦୁଇ ମାଲାୟଲାମ ଯୁବକଙ୍କୁ ଗିରଫ କରିଛି ।

ସୂଚନା ଥାଉକି ଗତ ୪ ଦିନ ମଧ୍ୟରେ ୩ଜଣ ଭାରତୀୟଙ୍କୁ ବ୍ରିଟେନରେ ହତ୍ୟା କରାଗଲାଣି । ଏହା ପୂର୍ବରୁ ହାଇଦ୍ରାବାଦର ତେଜସ୍ୱନୀ ରେଡ୍ଡୀ ନାମକ ଜଣେ ଯୁବତୀଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରାଯାଇଥିଲା । ତା ପୂର୍ବରୁ ଜଣେ ଭାରତୀୟ କ୍ରିକେଟରଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା ।