କ୍ଲାସରୁମରେ ପାଠ ପଢ଼ାଇଲେ ଏଆଇ ରୋବଟ ଶିକ୍ଷୟତ୍ରୀ । ଜଟିଳରୁ ଜଟିଳ ପ୍ରଶ୍ନର ଉତର ଦେଉଛି, ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧନ କରୁଛି

235

କନକ ବ୍ୟୁରୋ : ଦେଶର ପ୍ରଥମ ଏଆଇ ରବଟ୍ ଶିକ୍ଷୟତ୍ରୀ ଆଇରସକୁ ନେଇ ବେଶ ଚର୍ଚ୍ଚ । ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛି ଏଆଇ ରବଟ୍ ଶିକ୍ଷୟତ୍ରୀ । ନାଁ ତାର ଆଇରସ ଓ ସାଧାରଣ ମହିଳାଙ୍କ ପରି ଦିଶୁଛି । ଶାଡୀ ପିନ୍ଧିଛି, ପିଲାଙ୍କ ସମସ୍ୟା ପଚାରିବୁଝୁଛି । ଛାତ୍ରଛାତ୍ରୀମାନେ ବି ଆଇସ ମ୍ୟାଡାମଙ୍କୁ ପାଖରେ ପାଇ ଯେତିକି ଖୁସି ଅଛନ୍ତି ସେତିକି ନୂଆ ଅନୁଭୁତି ସାଉଁଟିଛନ୍ତି । କେରଳ ଦେଶର ପ୍ରଥମ ରାଜ୍ୟଭାବେ ନିଜ ଶ୍ରେଣୀଗୃହରେ ପ୍ରଥମ ଏଆଇ ଶିକ୍ଷୟତ୍ରୀଙ୍କୁ ନେଇ ପାଠପଡା ଆରମ୍ଭ କରିଛି । ତିରୁଅନନ୍ତପୁରମ ଏକ କନଭେଂଟ ସ୍କୁଲରେ ରବଟ ଶିକ୍ଷୟତ୍ରୀ ପ୍ରଥମ ଥର ପାଇଁ ଇଂଟ୍ରୋଡ୍ୟୁସ କରାଯାଇଛି । ଏହାକୁ ନିର୍ମାଣ କରିଛି ମେକରଲ୍ୟାବ ଏଡୁକେଟ କମ୍ପାନୀ । ।ଭରତ ସରକାରଙ୍କ ଏଟିଏଏଲ ଯୋଜନାର ଏକ ଭାଗ ଅଟେ । ଶିକ୍ଷାଦାନ ସହ ପିଲାଙ୍କ ପାଠ୍ୟକ୍ରମ ଗତିବିଧି ଉପରେ ଏହା କାମ କରିବ । ସବୁଠୁ ବଡ କଥାହେଉଛି ଜଟିଳରୁ ଜଟିଳ ପ୍ରଶ୍ନର ଉତର ଚୁଟକିରେ ଦେବାକୁ ସକ୍ଷମ । ଏବେ ସୁଦ୍ଧା ତିନୋଟି ଭାଷାରେ ଏହାକୁ ପରିଚାଳିତ କରାଯାଉଛି । ଛାତ୍ରଛାତ୍ରୀ ଡାକିବା ମାତ୍ରକେ ହାଜର ହେଉଛି । ରବଟରେ ଦୁଇଟି ଚକ ଲାଗିଛି ଓ ଏହା ଆପେ ଆପେ ଗୋଟିଏ ସ୍ଥାନରୁ ଅନ୍ୟତ୍ରକୁ ଯାଆଆସ କରିପାରୁଛି ।