କେରଳରେ ଭୟଙ୍କର ବର୍ଷା ଏବଂ ବନ୍ୟା ! ବନ୍ଦ ହେଲା ବିମାନ ବନ୍ଦର, ଭାସିଗଲେ ୨୦ ଜଣ ।

Advertisment
କେରଳରେ ଭୟଙ୍କର ବର୍ଷା ଏବଂ ବନ୍ୟା ! ବନ୍ଦ ହେଲା ବିମାନ ବନ୍ଦର, ଭାସିଗଲେ ୨୦ ଜଣ ।

କେରଳରେ ଭୁସ୍ଖଳନ, ବନ୍ୟା ଏବଂ ବର୍ଷା କାରଣରୁ ୨୦ ଜଣ ଲୋକଙ୍କ ପ୍ରାଣହାନି ହୋଇଛି । ଇଡ୍ଡୁକି, ମଲପୁରମ, କାନ୍ନୁର ବାୟନାଡ ଏବଂ କୋଝିକୋଡ ଭଳି ଅଞ୍ଚଳ ଗୁଡିକ ଏହି ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି । ଏହି ଭୁସ୍ଖଳନରେ ଇଡ୍ଡୁକିରେ ୧୦ ଜଣ ମଲପୁରମରେ ପାଞ୍ଚ ଜଣ କନ୍ନୁରରେ ଦୁଇ ଜଣ ଏବଂ ବାୟନାଡ ଜିଲ୍ଲାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଆଉ ଦୁଇ ଜଣ ନିଖୋଜ ରହିଛନ୍ତି । ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମଧ୍ୟରୁ ଇଡ୍ଡୁକି ଜିଲ୍ଲାର ଅଡିମାଳି ସହରର ପାଞ୍ଚ ଜଣ ବ୍ୟକ୍ତି ଗୋଟିଏ ପରିବାରର ସଦସ୍ୟ ଥିଲେ । ଏହି ଭୟଙ୍କର ବନ୍ୟା କାରଣରୁ କେରଳର କୋଚି ବିମାନ ବନ୍ଦରକୁ ବିମାନ ଯାତାୟତ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ମଧ୍ୟ ବନ୍ଦ କରିବାକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି ।

publive-image

ଆଜି ସକାଳୁ ଛଡାଗଲା ୬୦୦ କ୍ୟୁସେକ ପାଣି ।

ଇଦାମାଲୟର ଡ୍ୟାମରୁ ଆଜି ସକାଳୁ ପ୍ରାୟ ୬୦୦ କ୍ୟୁସେକ ପାଣି ନିଷ୍କାସିତ କରାଯାଇଥିଲା । ଯାହା ଫଳରେ ଜଳ ସ୍ଥର ୧୬୯.୯୫ ମିଟରରେ ପହଞ୍ଚି ଯାଇଥିଲା । ଇଡ୍ଡୁକି ଡ୍ୟାମରେ ଆଜି ସକାଳ ଆଠଟାରେ ଜଳ ସ୍ଥର ପ୍ରାୟ ୨.୩୯୮ ଫୁଟ ରହିଥିଲା ଯାହା ଜଳ ସ୍ଥରରୁ ୫୦ ଫୁଟ ଅଧିକ ଥିଲା । ଡ୍ୟାମ ଗୁଡିକରୁ ନଦୀ ଗୁଡିକୁ ଜଳ ନିସ୍କାସିତ ହେବା କାରଣରୁ ନଦୀରେ ୨୪ ଘଣ୍ଟା ମଧ୍ୟରେ ଜଳ ସ୍ଥର ବୃଦ୍ଧି ହେବାର ଆଶଙ୍କା ରହିଛି ।ଏବେ ସୁଦ୍ଧା ୨୨ଟି ଡ୍ୟାମକୁ ଖୋଲା ଯାଇଥିବା ବେଳେ ଆଉ କେତେକ ଡ୍ୟାମକୁ ଖୋଲାଯାଇପାରେ ବୋଲି ସୂଚନା ମିଳିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନକୁ ହାଇ ଆଲର୍ଟରେ ରଖାଯାଇଛି ।

ଏଥି ସହିତ କୋଝକୋଡ ଏବଂ ବାୟନାଡ ଜିଲ୍ଲାରେ ଅତ୍ୟଧିକ ବର୍ଷା ଏବଂ ବନ୍ୟା ଜଳ କାରଣରୁ ଏନଡିଆରଏଫର ଗୋଟିଏ ଦଳ କୋଝିକୋଡ ପହଞ୍ଚିଛି । କେରଳକୁ ଆଉ ଦୁଇଟି ଟିମ ପଠାଇବାକୁ ମଧ୍ୟ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି । ଲଗାତାର ବର୍ଷା ହେଉଥିବା କାରଣରୁ ଇଡ୍ଡୁକି, କୋଲମ ଏବଂ କିଛି ଅନ୍ୟ ଜିଲ୍ଲା ମାନଙ୍କରେ ଶିକ୍ଷା ଅନୁଷ୍ଠାନ ଗୁଡିକୁ ବନ୍ଦ କରିବାକୁ ଘୋଷଣା କରିଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe