କନକ ବ୍ୟୁରୋ : କେରଳ ପୋଲିସ ମଙ୍ଗଳବାର ଦିନ ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ କୁକୁଡା ଫାର୍ମରେ ଚଢାଉ କରି ୧୪ ହଜାର ବୋତଲରୁ ଅଧିକ ଚୋରା ମଦ ଜବତ କରିଛି । ଏହାସହ ୨୪ଶହ ଲିଟର ସ୍ପିରିଟ ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।
ସୂଚନା ମୁତାବକ ପୋଲିସକୁ ଏ ବାବଦରେ ସୂଚନା ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି କୁକୁଡା ଫାର୍ମଟି ସ୍ଥାନୀୟ ବିଜେପି ନେତା ତଥା ପୂର୍ବତନ ପଂଚାୟତ ସଦସ୍ୟ ଲାଲୁ ଓ ତାଙ୍କ ସହଯୋଗୀ ଲରେନ୍ସକୁ ଗିରଫ କରିଛି ।
ପୋଲିସ କହିଛି କି, ଚଢାଉ ବେଳେ ପ୍ରଚୁର ପରିମାଣର ଚୋରାମଦ ଜବତ କରିଛି । ଏହି ବିଜେପି ନେତାଙ୍କ କୁକୁଡା ଫାର୍ମ କୋଡକରା ନିକଟ ବେଲ୍ଲାନାଚିରାରେ ରହିଛି । ଏଠାରେ କୁକୁଡା ଫାର୍ମ ସହ ଏକ ଗୋଦାମ ତିଆରି ହୋଇଛି ଓ ଗୋଦାମ ଭିତରେ ଚୋରା ମଦ ରଖି ବ୍ୟବସାୟ କରାଯାଉଥିଲା ।
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି କି ଚଢାଉ ବେଳେ ୧୪ ହଜାର ବୋତଲ ଚୋରା ବିଦେଶୀ ମଦ, ୨୪ଶହ ଲିଟର ସ୍ପିରିଟ୍ ମିଳିଥିଲେ ବି ବଟଲିଂ ୟୁନିଟର କୌଣସି ସନ୍ଧାନ ମିଳିପାରି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/Liquor_vb_30.jpeg)