ଶିଶୁମାନଙ୍କର ନଗ୍ନ ଚିତ୍ର ସେୟାର୍ କରୁଥିବା ଅଭିଯୋଗରେ କେରଳ ପୁଲିସ୍ ରବିବାର ସୁଦ୍ଧା ୨୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପାଇଁ ପୁଲିସ୍ ରାଜ୍ୟର ୧୨ଟି ଜିଲ୍ଲା ବୁଲି ଏକ ଅପରେସନ ଆରମ୍ଭ କରିଥିଲା । ଏହି ଅପରେସନକୁ ‘ଅପରେସନ ପି ହଣ୍ଟ୍’ ବୋଲି କୁହାଯାଉଛି।
ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ହୋଇଥିବା ଚଢ଼ଉ ସମୟରେ ପୁଲିସ୍ ୨୯ଟି ସ୍ଥାନରୁ ଅନେକ ଗୁଡ଼ିଏ ଲାପଟପ୍, ମୋବାଇଲ୍ ଫୋନ୍ ଓ ଅନ୍ୟ କେତେକ ସମାଗ୍ରୀ ଜବତ କରିଛି। ଏହି ଅଭିଯୁକ୍ତମାନେ ଶିଶୁମାନଙ୍କର ନଗ୍ନ ଚିତ୍ରକୁ ସୋସିଆଲ୍ ମିଡିଆରେ ସେୟାର କରୁଥିବା ଅଭିଯୋଗ ହୋଇଛି। କେରଳର ପୁଲିସ୍ ମୁଖ୍ୟ ସୂଚନା ଦେଇ କହିଛନ୍ତି ଯେ ‘ବୈଷୟିକ ଜ୍ଞାନ କୌଶଳର ସାହାଯ୍ୟରେ ପିଲାମାନଙ୍କ ନଗ୍ନ ଚିତ୍ରକୁ ସେୟାର୍ କରୁଥିବା ସେହି ଲୋକମାନଙ୍କ ପାଖରେ ପୁଲିସ୍ ପହଞ୍ଚିବାରେ ସମର୍ଥ ହୋଇଥିଲା। ପ୍ରାୟ ୮୪ ଜଣ ଲୋକ ଏପରି କାର୍ୟ୍ୟରେ ଲିପ୍ତ ଥିବା ସୂଚନା ରହିଛି। ଫଟୋଗୁଡ଼ିକ ଫେସବୁକ୍, ହ୍ଵାଟସଆପ୍ ଓ ଅନ୍ୟ ସୋସିଆଲ୍ ମିଡିଆ ସାଇଟରେ ଦେଖିବାକୁ ମିଳିଥିଲା।’
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/file74mr7evjgcw1k6cqcepj1553508662.jpg)
/kanak/media/post_attachments/wp-content/uploads/2019/04/Arrested-300x210.jpg)