କେରଳରେ କମୁନି ସଂକ୍ରମଣ : ଦିନକରେ ଚିହ୍ନଟ ହେଲେ ଆଉ ୩୦ହଜାରରୁ ଅଧିକ ଆକ୍ରାନ୍ତ

118

କନକ ବ୍ୟୁରୋ : କେରଳରେ କମୁନି କରୋନା । ଗତ ୨୪ ଘଂଟାରେ କେରଳରୁ ୩୦ ହଜାର ୭ ନୂଆ ପଜିଟିଭ୍ ସାମ୍ନାକୁ ଆସିଛି । ରାଜ୍ୟରେ ପଜିଟିଭ୍ ରେଟ୍ ରହିଛି ୧୯ ପ୍ରତିଶତ । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୯ ଲକ୍ଷ ୧୩ ହଜାରରେ ପହଂଚିଛି । ୧୬୨ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଏହି ସଂଖ୍ୟା ୨୦ ହଜାର ୧୩୪ରେ ପହଂଚିଛି । ଗତକାଲି କେରଳରୁ ୩୧ ହଜାର ୪୪୫ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଯାହାକି ମେ’ ୨୦ ପରେ ସର୍ବାଧିକ ଥିଲା ।

ଓନାମ ପର୍ବ ପାଇଁ ସଂକ୍ରମଣ ବଢିଥିବା ଆଶଙ୍କା କରାଯାଉଛି । ଗତ କିଛି ଦିନ ଧରି କେରଳରେ ସବୁଠୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି । କେରଳରୁ ତୃତୀୟ ଲହର ଆରମ୍ଭ ହେଲା କି, ଏହି ସନ୍ଦେହ ସୃଷ୍ଟି ହୋଇଛି । ସେପଟେ ଦେଶରେ ୨୪ ଘଂଟାରେ ଆଉ ୪୪ ହଜାର ୬୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୯୬ ଆକ୍ରାନ୍ତଙ୍କ ଜୀବନ ଯାଇଛି । ୩୨ ହଜାର ୯୮୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତମାନ ସୁଦ୍ଧା ୬୧ କୋଟି ୨୨ ଲକ୍ଷ ୮ ହଜାର ୫୪୨ ଜଣଙ୍କୁ ଟିକା ଦିଆସରିଲାଣି ।