ଚିନ୍ତା ବଢାଉଛି କେରଳ : ଦେଶର ଦୈନିକ ସଂକ୍ରମଣରୁ ଅଧା ସଂକ୍ରମଣ ଏହି ରାଜ୍ୟରୁ; ୧୧% ରୁ ଅଧିକ ରହିଛି ଟେଷ୍ଟ ପଜିଟିଭିଟିି ରେଟ୍

181

କନକ ବ୍ୟୁରୋ : ଚିନ୍ତା ବଢ଼ାଉଛି କେରଳର କରୋନା ସଂକ୍ରମଣ । ଦେଶରେ ଦୈନିକ ଯେତିକି ଆକ୍ରାନ୍ତ ହେଉଛନ୍ତିି ଅଧାରୁ ଅଧିକ ମାମଲା ଆସୁଛି କେବଳ କେରଳରୁ । ଅର୍ଥାତ୍ ୫୦ ପ୍ରତିଶତରୁ ଅଧିକ କେସ୍ ଏହି ରାଜ୍ୟରୁ ଆସୁଛି । ବୁଧବାର ଦେଶରେ ୪୩ ହଜାର ୬୫୪ ମାମଲା ଚିହ୍ନଟ ହୋଇଥିଲା, ଆଉ କେରଳରେ ରହିଥିଲା ୨୨ ହଜାର ୧୨୯ ମାମଲା । ମୃତ୍ୟୁ ସଂଖ୍ୟା ମଧ୍ୟ ଚିନ୍ତାଜନକ ରହିଛି । ଏବେ ବି ରାଜ୍ୟରେ ୧ ଲକ୍ଷ ୪୫ ହଜାରରୁ ଅଧିକ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି ।

ସବୁଠୁ ଚିନ୍ତାଜନକ ହେଉଛି କେରଳର ଟେଷ୍ଟ ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର । ବୁଧବାର ଦିନ ରାଜ୍ୟର ସଂକ୍ରମଣ ହାର ରହିଥିଲା ୧୧.୨ ପ୍ରତିଶତ । ଯାହା ଜାତୀୟ ସଂକ୍ରମଣ ହାର ଠାରୁ ବହୁ ଅଧିକ । ସେପଟେ ବିଶ୍ୱରେ ଗୋଟିଏ ସପ୍ତାହରେ କରୋନା ଜନିତ ମୃତ୍ୟୁ ୨୧ ପ୍ରତିଶତ ବୃଦ୍ଧି ପାଇଛି । ଡେଲଟା ଭାଇରସ୍ ଯୋଗୁଁ ସ୍ଥିତି ସଂଗୀନ ହେବାରେ ଲାଗିଛି ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲ୍ୟୁଏଚଓର ଆକଳନ, ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସାରା ବିଶ୍ୱରେ ୨୦ କୋଟି ଟପିପାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ।